ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ଆଶୀର୍ବାଦର ବର୍ଷା
ବାହାରିଲା ପଦ୍ମପୁର ପରୀକ୍ଷା ଫଳ । ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହେଲା ଆଶୀର୍ବାଦର ବର୍ଷା ।
ପଦ୍ମପୁର: ବାହାରିଲା ପଦ୍ମପୁର ପରୀକ୍ଷା ଫଳ । ବିଜୟୀ ହେଲେ ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହେଲା ଆଶୀର୍ବାଦର ବର୍ଷା । ବୃହତ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ । ତେବେ ୪୨୦୬୫ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧,୧୯,୫୧୨ ଖଣ୍ଡ ଭୋଟ ପାଇଲେ ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଲା ୭୭, ୪୪୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସକୁ ୩୫୩୧ ଖଣ୍ଡ ଭୋଟ୍ ମିଳିଛି ।

କହିରଖୁ କି, ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହୋଇଥିଲା ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।












Click it and Unblock the Notifications