ପଦ୍ମପୁର ଫଳ: ଆଗେଇ ଚାଲିଛନ୍ତି ବିଜେଡି଼ ପ୍ରାର୍ଥିନୀ ବର୍ଷା ସିଂ ବରିହା
ସଦ୍ୟତମ ସୂଚନା ଆନୁସାରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି଼ ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ୮ ହଜାର ୧୭୮ ଭୋଟରେ ଆଗୁଆ ରହିଛନ୍ତି ବର୍ଷା ସିଂ ବରିହା । ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।
ପଦ୍ମପୁର: ଆଜି ପ୍ରକାଶ ପାଇବ ପଦ୍ମପୁର ରେଜଲ୍ଟ । ସକାଳ ୮ରୁ ଆରମ୍ଭ ହୋଇଛି ଗଣତି । ସଦ୍ୟତମ ସୂଚନା ଆନୁସାରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି଼ ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ୮ ହଜାର ୧୭୮ ଭୋଟରେ ଆଗୁଆ ରହିଛନ୍ତି ବର୍ଷା ସିଂ ବରିହା । ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

ତେବେ ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହୋଇଥିଲା ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଜନଦେଶ କାହା ସପକ୍ଷରେ ଯାଇଛି ସ୍ପଷ୍ଟ ହୋଇଯିବ । ବିଜେଡି ହାତରେ ପଦ୍ମପୁର ରହିବ ନା ପଦ୍ମପୁରରେ ପଦ୍ମ ଫୁଟିବ, ତାହା ଗଣତି ଶେଷରେ ଜଣା ପଡିବ ।
ତେବେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଥିଲା । ମାତ୍ର ଅଦ୍ୟାବଧି ଗଣତି ହୋଇଥିବା ସମସ୍ତ ରାଉଣ୍ଡରେ ଶାସକ ବିଜେଡ଼ି ହିଁ ଆଗରେ ରହିଛି । ଉଭୟ ଦଳ ବିଜୟୀ ନେଇ ଆଶାବାଦୀ ଅଛନ୍ତି । ବିଜେଡି ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ସେହିପରି ବିଜେପି ମଧ୍ୟ ନିଜ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛି । ଧାମନଗର ଉପନିର୍ବାଚନରସଫଳତାକୁ ପଦ୍ମପୁରରେ ଦୋହରାଇବ ବୋଲି ବିଜେପି କହିଛି । ତେଣୁ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।

ତେବେ ଶାସକ ବିଜୁ ଜନତା ଦଳ ପାଇଁ ପଦ୍ମପୁର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାରଣ ଧାମନଗର ଉପନିର୍ବାଚନରେ ଦଳ ପରାଜିତ ହେବା ପରେ ଚିନ୍ତାରେ ପଡିଛି । ଏହାସହ ପଦ୍ମପୁର ବିଜେଡିର ନିଜ ଆସନ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବାକୁ ଚାହିଁବ ବିଜେଡି । ଯେହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ତେଣୁ ଏହି ଆସନରେ ବିଜୟୀ ହେବା ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ତେବେ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି ।












Click it and Unblock the Notifications