ପଦ୍ମପୁର ଉପନିର୍ବାଚନରେ ନୋଟା ପାଇଲା ୨୦୮୭ ଭୋଟ୍
ପଦ୍ମପୁର ଉପନିର୍ବାଚନରେ ନୋଟା ପାଇଲା ୨୦୮୭ ଭୋଟ୍ । ଅର୍ଥାତ କୌଣସି ପ୍ରାର୍ଥୀଙ୍କ ଉପରେ ଭରସା ରଖିପାରି ନାହାନ୍ତି ୨୦୮୭ ଭୋଟର । ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ କାହାରିକୁ ଭୋଟ୍ ଦେଇ ନାହାନ୍ତି ଏତିକି ଲୋକେ ।
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ନୋଟା ପାଇଲା ୨୦୮୭ ଭୋଟ୍ । ଅର୍ଥାତ କୌଣସି ପ୍ରାର୍ଥୀଙ୍କ ଉପରେ ଭରସା ରଖିପାରି ନାହାନ୍ତି ୨୦୮୭ ଭୋଟର । ନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ କାହାରିକୁ ଭୋଟ୍ ଦେଇ ନାହାନ୍ତି ଏତିକି ଲୋକେ ।

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୮ ହାଜର ୧୨୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।
ସେହିପରି ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରାର୍ଥୀ ବିଦ୍ୟାଧର ପାଣ୍ଡବଙ୍କୁ ୩୪୨ଖଣ୍ଡ ଭୋଟ୍ , ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ବର ଦାଶଙ୍କୁ ୨୬୬ ଖଣ୍ଡ ଭୋଟ୍ , ସ୍ବାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୩୯୯, ଗଂଗାଧର ସାହାଙ୍କୁ ୩୯୭, ଦେବାର୍ଚ୍ଚନ ନାଏକଙ୍କୁ ୫୪୧, ବୃନ୍ଦାବନ ପୁରୋହିତଙ୍କୁ ୫୭୪ ଓ ଶେଷଦେବ ସାହୁଙ୍କୁ ୧୧୬୮ ଖଣ୍ଡ ଭୋଟ୍ ମିଳିଛି ।
ଅନ୍ୟପଟେ ପଦ୍ମପୁର ବିଜୟ ପରେ ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରିବା ସହ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଛନ୍ତି ।












Click it and Unblock the Notifications