ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ନିଯୁକ୍ତ ହୋଇଛନ୍ତି ୧୨୭୬ ପୋଲିଂ ଅଧକାରୀ
ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି, ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି ।
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି, ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି । ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆସନ୍ତାକାଲି ସନ୍ଧ୍ୟା ସାଢେ଼ ୬ଟା ଯାଏ ଏକଜିଟ୍ ପୋଲ୍ ଉପରେ କଟକଣା ଲାଗିଛି । ମଦ ବିକ୍ରି ଉପରେ ବି କଟକଣା ଲାଗିଛି । ଇଭିଏମରେ ତ୍ରୁଟି ଥିଲେ, ନୂଆ ଇଭିଏମ ପାଇଁ ବ୍ୟବସ୍ଥା ଅଛି । ପଦ୍ମପୁରରେ ୩୧୯ଟି ସମ୍ବେଦନଶୀଳ ବୁଥ ଅଛି । ୩୦୬ ବୁଥର ନାମ ପରିବର୍ତ୍ତନ କରାଯାଇଛି ।
ଆସନ୍ତାକାଲି ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ । ୧୨ଟି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ହେଲପ ଡେସ୍କରୁ ସାହାଯ୍ୟ ନେଇପାରିବେ । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇସାରିଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ କରିପାରିବେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।












Click it and Unblock the Notifications