ଆସନ୍ତା ୫ରେ ପଦ୍ମପୁର ଉପନିର୍ବାଚନ, ୮ ରେ ଫଳାଫଳ: ପହଞ୍ଚିଲା ଇଭିଏମ୍
ଆଉ ଦିନକ ପରେ ପଦ୍ମପୁର ଉପନିର୍ବାଚନ । ଆଜି ଶେଷ ହୋଇଛି ପ୍ରଚାର । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆସନ୍ତା ୫ରେ ପଡିବ ପଦ୍ମପୁର ପାଇଁ ଭୋଟ୍ । ୮ ରେ ପ୍ରକାଶ ପାଇବ ଫଳାଫଳ । ଭୋଟିଂ ପାଇଁ ଇଭିଏମ ମଧ୍ୟ ଆସି ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା
ବରଗଡ଼: ଆଉ ଦିନକ ପରେ ପଦ୍ମପୁର ଉପନିର୍ବାଚନ । ଆଜି ଶେଷ ହୋଇଛି ପ୍ରଚାର । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆସନ୍ତା ୫ରେ ପଡିବ ପଦ୍ମପୁର ପାଇଁ ଭୋଟ୍ । ୮ ରେ ପ୍ରକାଶ ପାଇବ ଫଳାଫଳ । ଭୋଟିଂ ପାଇଁ ଇଭିଏମ ମଧ୍ୟ ଆସି ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପଦ୍ମପୁର ସହରର ଆରଏମସି ଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।

୫ ତାରିଖ ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ଆରମ୍ଭ ହେବ । ପ୍ରତ୍ୟେକ ବୁଥରେ ଇଭିଏମ୍ ମେସିନ ସହ ଗୋଟିଏ ପ୍ରିଜାଇଡିଂ ଅଫିସର, ୩ ଟି ପୋଲିଂ ଅଫିସର ଓ ଜଣେ ଲେଖାଏଁ ପୋଲିସ ନିୟୋଜିତ ରହିବେ ।
ପଦ୍ମପୁରରେ ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ । ସେଥିରେ ୬ଟି ପିଙ୍କ୍ ବୁଥ୍ ଥିବା ବେଳେ ୧୫ ମୋଡେନ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟ ହେବ । ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୯, ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୨୭,୫୬୫ । ଏଥିରୁ ୩୪ଟି ବୁଥ୍ ମାଓପ୍ରବଣ ରହିଥିବା ବେଳେ ୭୮ଟି ବୁଥ୍ ସମ୍ୱେଦନଶୀଳ ବୋଲି ଜଣାପଡିଛି । ଭୋଟ୍ ଦିନ ୯ କମ୍ପାନୀ ସିଆରପିଏଫ୍ ନିୟୋଜିତ ହେବେ ।
ଅନ୍ୟପଟେ ୧୧୨ ବୁଥରେ ସିଆର୍ପିଏଫ୍ ଫୋର୍ସ ଯଗିବେ ବୋଲି ବରଗଡ଼ ଏସ୍ପି କହିଛନ୍ତି । ଏହା ସହ ଏସଓଜି ଓ ଡିପିଏଫ୍ ମଧ୍ୟ ସୁରକ୍ଷା ପାଇଁ ରହିଛନ୍ତି । ମାଓବାଦୀର କୌଣସି ଭୟନାହିଁ । କିପରି ସୁରକ୍ଷିତ ମତଦାନ ହେବ ସେଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହାସହ ୪୫ଗୋଟି ମୋବାଇଲ୍ ଟିମ ଅଛନ୍ତି । ୪ଟି ସୁପର ଭାଇଜର ପାର୍ଟି ଅଛନ୍ତି । ଏହାସହ ୨୨ଗୋଟି ନାକାବନ୍ଦୀ କରାଯାଇଛି । ସେଥିରୁ ୧୦ଟି ଛତିଶଗଡ଼ ସୀମାରେ ଅଛି । ସେଠି କଡ଼ାକଡ଼ି ଯାଞ୍ଚ କରାଯାଉଛି ।












Click it and Unblock the Notifications