ପଦ୍ମପୁର ଉପନିର୍ବାଚନ: ଛକାପଞ୍ଝା ଭିତରେ ଶେଷରେ ନାମାଙ୍କନ ଭରିଲେ ତିନି ରାଜନୈତିକ ଦଳ ପ୍ରାର୍ଥୀ

ଶେଷରେ ନାମାଙ୍କନ ଭରିଲେ ତିନି ରାଜନୈତିକ ଦଳ ପ୍ରାର୍ଥୀ । ଆଜି ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସରେ ପ୍ରାର୍ଥାପତ୍ର ଦାଖଲ କରିଛନ୍ତି ବିଜେଡି-ବିଜେପି-କଂଗ୍ରେସ ଦଳର ପ୍ରାର୍ଥୀ ।

ପଦ୍ମପୁର: ସରିଲା ଛକା ପଞ୍ଝା । ଶେଷରେ ନାମାଙ୍କନ ଭରିଲେ ତିନି ରାଜନୈତିକ ଦଳ ପ୍ରାର୍ଥୀ । ଆଜି ୧୭ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସରେ ପ୍ରାର୍ଥାପତ୍ର ଦାଖଲ କରିଛନ୍ତି ବିଜେଡି-ବିଜେପି-କଂଗ୍ରେସ ଦଳର ପ୍ରାର୍ଥୀ ।

Padmapur bypoll

ପ୍ରଥମେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ସାଥିରେ ଥିଲେ ବିଜେଡି ନେତ୍ରୀ ସ୍ନେହାଙ୍ଗୀନ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସମର୍ଥକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବର୍ଷା । ନାମାଙ୍କନ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

ସେପଟେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ । ସାଥିରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଛନ୍ତି ।

ସେହିଭଳି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+