ସବୁ ରାଜନୈତିକ ଦଳଙ୍କୁ ବରଗଡ଼ ଜିଲ୍ଲାପାଳଙ୍କ ନିବେଦନ: ୪ଟା ସୁଦ୍ଧା ପଦ୍ମପୁର ଛାଡ଼, ନ ହେଲେ କାର୍ଯ୍ୟାନୁଷ୍ଠାନ
ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଶେଷ ଦିନ ପ୍ରରଚା । ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ତେବେ ପଦ୍ମପୁରରେ ଅପରାହ୍ନ ୪ଟା ପରେ ପ୍ରଚାର ନ କରିବା ପାଇଁ ବରଗଡ଼ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି ।
ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଶେଷ ଦିନ ପ୍ରରଚା । ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ତେବେ ପଦ୍ମପୁରରେ ଅପରାହ୍ନ ୪ଟା ପରେ ପ୍ରଚାର ନ କରିବା ପାଇଁ ବରଗଡ଼ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି । ଏହାସହ କୌଣସି ବାହାର ବ୍ୟକ୍ତି ପଦ୍ମପୁର ଅଞ୍ଚଳରେ ୪ଟା ପରେ ରହିବେ ନାହିଁ । ଯଦି କେହି ରହେ ସେଥିପାଇଁ ସମସ୍ତ ହୋଟେଲ ତଥା ବାହାରୁ ଆସି ରହୁଥିବା ଲୋକଙ୍କ ସ୍ଥାନ ଯାଞ୍ଚ କରାଯିବ ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସେପଟେ ପଦ୍ମପୁର ଉପ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍ । ୮ତାରିଖରେ ନିର୍ବାଛନ ଫଳାଫଳ ପ୍ରକାଶ ପାଇବ । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଭୋଟିଂ ପାଇଁ ପହଞ୍ଚିଲା ଇଭିଏମ୍ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପଦ୍ମପୁର ସହରର ଆରଏମସି ଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥରେ ଇଭିଏମ୍ ମେସିନ ସହ ଗୋଟିଏ ପ୍ରିଜାଇଡିଂ ଅଫିସର, ୩ ଟି ପୋଲିଂ ଅଫିସର ଓ ଜଣେ ଲେଖାଏ ପୋଲିସ ନିୟୋଜିତ କରାଯାଇଛି ।
ତେବେ ପଦ୍ମପୁରରେ ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ । ସେଥିରେ ୬ଟି ପିଙ୍କ୍ ବୁଥ୍ ଥିବା ବେଳେ ୧୫ ମୋଡେନ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟ ହେବ । ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୯, ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୨୭,୫୬୫ । ଏଥିରୁ ୩୪ଟି ବୁଥ୍ ମାଓପ୍ରବଣ ରହିଥିବା ବେଳେ ୭୮ଟି ବୁଥ୍ ସମ୍ୱେଦନଶୀଳ ବୋଲି ଜଣାପଡିଛି । ଭୋଟ୍ ଦିନ ୯ କମ୍ପାନୀ ସିଆରପିଏଫ୍ ନିୟୋଜିତ ହେବେ ।
ଅନ୍ୟପଟେ ୧୧୨ ବୁଥରେ ସିଆର୍ପିଏଫ୍ ଫୋର୍ସ ଯଗିବେ ବୋଲି ବରଗଡ଼ ଏସ୍ପି କହିଛନ୍ତି । ଏହା ସହ ଏସଓଜି ଓ ଡିପିଏଫ୍ ମଧ୍ୟ ସୁରକ୍ଷା ପାଇଁ ରହିଛନ୍ତି । ମାଓବାଦୀର କୌଣସି ଭୟନାହିଁ । କିପରି ସୁରକ୍ଷିତ ମତଦାନ ହେବ ସେଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହାସହ ୪୫ଗୋଟି ମୋବାଇଲ୍ ଟିମ ଅଛନ୍ତି । ୪ଟି ସୁପର ଭାଇଜର ପାର୍ଟି ଅଛନ୍ତି । ଏହାସହ ୨୨ଗୋଟି ନାକାବନ୍ଦୀ କରାଯାଇଛି । ସେଥିରୁ ୧୦ଟି ଛତିଶଗଡ଼ ସୀମାରେ ଅଛି । ସେଠି କଡ଼ାକଡ଼ି ଯାଞ୍ଚ କରାଯାଉଛି ।












Click it and Unblock the Notifications