ମୁହଁ ଖୋଲିଲେ ପଦ୍ମନାଭ ବେହେରା; କହିଲେ ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି

ପାଣ୍ଡିଆନଙ୍କ ସପକ୍ଷରେ ୪ ସାଂସଦଙ୍କ ପୋଷ୍ଟ ପ୍ରସଙ୍ଗ । ମୁହଁ ଖୋଲିଲେ ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା । ଆଉ ଏହି ପ୍ରସଙ୍ଗକୁ ନେଇ ବର୍ଷିଲେ ପଦ୍ମନାଭ । ଯାହା ସବୁ ହେଉଛି ଦଳ ପାଇଁ କ୍ଷତିକାରକ, ଯବନିକା ପଡ଼ିବା ଉଚିତ' । ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି' । ଶୀଘ୍ର ସଭାପତି ଏହା ଉପରେ ଯବନିକା ପକାଇବା ଉଚିତ' ।ଅଧିକ ବିଳମ୍ବ କରିବା ଠିକ୍‌ ହେଉନି ବୋଲି କହିଛନ୍ତି ପଦ୍ମନାଭ ।

Padmanabh Behera
ସୂଚନା ଯୋଗ୍ୟ, ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।

ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷ ଆସିଛନ୍ତି ରାଜ୍ୟସଭା ଏମ୍‌ପି ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଏବଂ ସୁଭାଶିଷ ଖୁଣ୍ଟିଆ, ସୁବାଷ ସିଂହ। ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଛନ୍ତି ଏମ୍‌ପି ନିରଞ୍ଜନ ବିଶି। ଦେବାଶିଷଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ବୋଲି ସେ ଲେଖିଛନ୍ତି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କରିଥିବା ସେ କହିଛନ୍ତି।

ସେହିପରି ଦେବାଶିଷଙ୍କ ମନ୍ତବ୍ୟକୁ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ରାଜନୀତିରୁ ୧୦ ମାସ ହେଲା ଅବସର ନେଇ ସାରିଛନ୍ତି ପାଣ୍ଡିଆନ। କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି। ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସେ ଉଲ୍ଳେଖ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+