ଚର୍ଚ୍ଚାରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଝିଅ ଭାନୁପ୍ରିୟା: ଅଷ୍ଟ୍ରେଲିଆରୁ ଫେରି ବସ୍ତିରେ ଚଳାଉଛନ୍ତି ବାପାଙ୍କ ସ୍କୁଲ
ଚର୍ଚ୍ଚାରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଝିଅ ଭାନୁପ୍ରିୟା । ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆରୁ ଫେରି ବସ୍ତିରେ ଚଳାଇଛନ୍ତି ସ୍କୁଲ। ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁ
କଟକ: ଚର୍ଚ୍ଚାରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଝିଅ ଭାନୁପ୍ରିୟା । ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆରୁ ଫେରି ବସ୍ତିରେ ଚଳାଇଛନ୍ତି ସ୍କୁଲ। ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ । ନିଜ ଉଦ୍ୟମରେ ସେ ଚଲାଇଛନ୍ତି ବାପାଙ୍କ ସ୍ୱପ୍ନର ଅନୁଷ୍ଠାନକୁ । କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ ।

ବାପାଙ୍କ ହାତ ତିଆରି ଶିକ୍ଷାନୁଷ୍ଠାନ 'ଆଶା ଓ ଆଶ୍ୱାସନା' ସ୍କୁଲର ପରିଚାଳନା ଭାର ସମ୍ଭାଳିଛନ୍ତି ଭାନୁପ୍ରିୟା । ଏବେ ସ୍କୁଲରେ ୯୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗୋଟିଏ ରୁମରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ହେଉଛି । ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି । ୯୦ ଜଣ ପିଲାଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା, ମଧ୍ୟାହ୍ନ ଭୋଜନ ଓ ଅଟୋରେ ଯାତାୟତ ସୁବିଧା ରହିଛି ।
ପ୍ରକାଶଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପେଶାରେ ଜଣେ ନର୍ସ ଥିବା ବେଳେ ତାଙ୍କ ଆୟରୁ ହିଁ ଏହି ଅନୁଷ୍ଠାନ ଚାଲୁଛି । ପ୍ରକାଶ ରାଓ ବଞ୍ଚିଥିବା ଯାଏଁ ଅନେକ ଲୋକ ଅନୁଷ୍ଠାନକୁ ସହଯୋଗ କରୁଥିଲେ । ଏବେ କିନ୍ତୁ ସ୍କୁଲ ଚଳାଇବା କଷ୍ଟକର ହୋଇପଡିଛି । ଆଗକୁ ସହଯୋଗ ନମିଳିଲେ ସ୍କୁଲ ଚଳାଇବା କଷ୍ଟକର ହୋଇପଡିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି । ତେବେ ସେ ହାର ମାନିବେନି ଏବଂ ପାରୁ ପର୍ଯ୍ୟନ୍ତ ସ୍କୁଲ ଚଳାଇବେ ବୋଲି କହିଛନ୍ତି ସ୍ୱର୍ଗତ ପ୍ରକାଶଙ୍କ ପତ୍ନୀ ।
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସିଥିବା ସମୟରେ ପ୍ରକାଶ ରାଓ ତାଙ୍କ କିଛି ବସ୍ତି ପିଲାଙ୍କୁ ଭେଟିଥିଲେ । ପ୍ରାୟ ଅଧଘଂଟା କାଳ ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହାର କିଛି ମାସ ପରେ ପ୍ରକାଶଙ୍କୁ ସମାଜସେବା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୧ ଜାନୁଆରୀ ୧୩ ତାରିଖରେ ୬୨ ବର୍ଷ ବୟସରେ ଆଖି ବୁଜିଥିଲେ ପଦ୍ମଶ୍ରୀ ପ୍ରକାଶ ରାଓ ।












Click it and Unblock the Notifications