ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ; ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।
ଜୟପୁର ବିଡିଓ ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରୀ ଟିମ ସହ ଆଲୋଚନା କରିଥିବା ସୂଚନା ମିଳିଛି। ବର୍ତ୍ତମାନ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ବାର୍ଦ୍ଧକ୍ୟ ଜନିତ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ।ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନର ସମ୍ମାନିତ କରାଯାଇଥିଲା।
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମଙ୍ଗଳବାର ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ଆର୍.ଏନ୍.ମିଶ୍ର, ସୁନୀଲ ଭତ୍ରା ଓ ମୁକ୍ତିକାନ୍ତ ଖଟୁଆଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି। ବୟସାଧିକ ଯୋଗୁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଛନ୍ତି। ଚଳିତ ବର୍ଷ ଜାନୁୟାରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ କମଳା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେତେବେଳେ ତାଙ୍କୁ କଟକ ଏସ୍ସିବି ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଜୟପୁର ଚିକିତ୍ସାଳୟରେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରୀ ଟିମ୍ ପ୍ରକାଶ କରିଛନ୍ତି।












Click it and Unblock the Notifications