ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
Padma Shri Kamala Pujari Critical, CM Naveen Patnaik Wish Better Health Of Padma Shree Kamala Pujari .ଅସୁସ୍ଥ ଅଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ ହୋଇପଡିଛନ୍ତି । ଗତ ରବିବାର ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସେମିତି କିଛି ସୁଧାର ନ ଆସିବାରୁ ଆଜି ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଉଚ୍ଚ ରକ୍ତ ଚାପ, ଜ୍ୱର,ଝାଡ଼ା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ଜ୍ଵର ଓ ଝାଡ଼ା ହେବାରୁ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ କମଳା ପୁଜାରୀ ଯାହା ପରେ ତାଙ୍କୁ ତାଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ପତଳା ଝାଡ଼ା ଓ ଜ୍ଵର କମିଯାଇଥିଲା । ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଳୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ହେଲେ ସ୍ୱାସ୍ଥ୍ୟ ଅବସ୍ଥାା ପୁଣି ଖରାପ ହେବାରୁ ତାଙ୍କୁ ଅଧିକ ଚିକିତ୍ସା କରିବା ପାଇଁ ଆଜି କୋରାପୁଟ ଜୟପୁରରୁ କଟକ ସ୍ଥାନାନ୍ତର କରାଯାଇଛି ।

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଅସୁସ୍ଥତା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ତାଙ୍କ ସହ ସାନ ପୁଅ ଓ ସମ୍ପର୍କୀୟ ଡାକ୍ତରଖାନାରେ ଅଛନ୍ତି । ମେଡ଼ିକାଲର ଏକ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ତେବେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଶପଥ ଗ୍ରହଣରେ ଯୋଗ ଦେବା ମଧ୍ୟ ପାଇଁ ତାଙ୍କ ନିମନ୍ତ୍ରଣ କରାଯାଇଥିଲା ହେଲେ ଅସୁସ୍ଥତା କାରଣରୁ ସେ ଯୋଗ ଦେଇପାରିନଥିଲେ ।
ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ମା' କମଳା ପୂଜାରୀ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ବିଷୟରେ ଅବଗତ ହେଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) August 24, 2022












Click it and Unblock the Notifications