ଘୋଷଣା ହେଲା ପଦ୍ମ ପୁରସ୍କାର: ଭେଙ୍କୟା ନାଇଡୁଙ୍କୁ ପଦ୍ମବିଭୂଷଣ, ଓଡ଼ିଶାରୁ ଚାରିଜଣଙ୍କୁ ପଦ୍ମଶ୍ରୀ
ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା । ୫ ଜଣଙ୍କୁ ପଦ୍ମବିଭୂଷଣ , ୧୭ ଜଣଙ୍କୁ ପଦ୍ମଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର ମିଳିବ ।
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପଦ୍ମବିଭୂଷଣ ଲାଗି ମନୋନୀତ ହୋଇଛନ୍ତି । ସାମାଜିକ କର୍ମୀ ବିନ୍ଦେଶ୍ୱର ପାଠକଙ୍କୁ ମରଣୋତ୍ତର ପଦ୍ମବିଭୁଷଣ ମିଳିଛି । ଅଭିନେତ୍ରୀ ବୈଜୟନ୍ତମାଲା ବାଲି ପାଇବେ ପଦ୍ମବିଭୂଷଣ । ଅଭିନେତା ଚିରଞ୍ଜୀବୀ, ନୃତ୍ୟାଙ୍ଗନା ପଦ୍ମା ସୁବ୍ରମଣ୍ୟମଙ୍କୁ ପଦ୍ମବିଭୁଷଣ ମିଳିବ ।
ଦେଶରେ ଅଜଣା ହିରୋଙ୍କୁ ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି । ଓଡ଼ିଶାରୁ ଚାରିଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।
ଗଞ୍ଜାମର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ୨୦୨୪ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ମହାରଣା ପାଇବେ ପ୍ରଦ୍ମଶୀ ପୁରସ୍କାର । ବିନୋଦ କୁମାର ପଶାୟତ (କଳା) ପଦ୍ମଶ୍ରୀ ପାଇବେ ।

ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିଳିବ । ପାରମ୍ପାରିକ ଧାନ ବିହନ ଉପରେ ଗବେଷଣା କରୁଥିବା କେଶରଗଡର ସତ୍ୟନାରାୟଣ ବଲେରୀଙ୍କୁ ମିଳିବ ପଦ୍ମଶ୍ରୀ । ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ । ସେହିଭଳି ଦିବ୍ୟାଙ୍ଗ ପାଇଁ କାମ କରୁଥିବା ସିରସାର ଗୁରୁସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ ।












Click it and Unblock the Notifications