ଆଜିଠୁ ଧାନ କିଣା: କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ
Odisha: ଆଜିଠୁ ଆରମ୍ଭ ଧାନ କିଣା । ୨୦ ତାରିଖରେ ବରଗଡ଼ ଜିଲ୍ଲାରୁ ଆରମ୍ଭ ଧାନ କିଣା ପ୍ରକ୍ରିୟା । ସେହିରି ୨୨ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନପୁଟ୍ ସହାୟତା ୮୦୦ ଟଙ୍କା ମିଶାଇ ଦେବେ ।
ରାଜ୍ୟରେ ବିଜେପି ସରକରା ଆସିବ ପରେ ଏହା ପ୍ରଥମ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ତେବେ ସୁରୁଖୁରୁରେ ଧାନକିଣା ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତି ମଣ୍ତଳରେ ଜଣେ ଜଣେ ଅଧିକାରୀ ଉପସ୍ଥିତ ରହିବେ ଏବଂ ସମସ୍ତେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ସେହିପରି ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି ଯେଉଁ ମାନେ ପ୍ରତ୍ୟେକ ମଣ୍ତି ବୁଲି ତଦାରଖ କରିବେ । ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ସେହିପରି ଜିଲ୍ଲାର ଧାନ କିଣା ଦୟିତ୍ୱରେ ଜିଲ୍ଲାପାଳ ରହିବେ । ଦୁଇ ଜିଲ୍ଲାରେ ଧାନକିଣା ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ଧାନର ମାନ ପରୀକ୍ଷଣ, କଟନି ଛଟନି, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ବାହାର ରାଜ୍ୟ ବେପାରୀଙ୍କ ଉପରେ ରୋକ ଲଗାଯାଇଛି । ମଣ୍ଡିରେ ଦଲାଲି ବନ୍ଦ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ।












Click it and Unblock the Notifications