ଗଞ୍ଜାମରେ ଜାନୁଆରୀ ୩ରୁ ଆରମ୍ଭ ମଣ୍ତିରେ ଧାନ ସଂଗ୍ରହ
Ganjam News: ଗଞ୍ଜାମ ଜିଲ୍ଲାରେ ଜାନୁଆରୀ ୩ ତାରିଖରୁ ମଣ୍ତିରେ ଧାନ କିଣା ଆରମ୍ଭ ହେବ । ଏନେଇ ଶନିବାର ଦିନ ଗଞ୍ଜାମ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ଚଠି ଲେଖି ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଡିସେମ୍ବର ୨୩ ତାରିଖରୁ ଧାନ କିଣା ଯାଇଥାନ୍ତା ହେଲେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଧ୍ୟାନ ସଂଗ୍ରହରେ ବିଳମ୍ବ ହୋଇଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ କରାଯାଇଛି, ଡିସେମ୍ବର ୨୩ ତାରିଖରୁ ଗଞ୍ଜାମ ଜିଲ୍ଲାରେ ମଣ୍ତିରୁ ଧାନ ସଂଗ୍ରହ କରାଯାଇ ଥାନ୍ତା । ହେଲେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ କିଣାରେ ବିଳମ୍ବ ହେଉଛି । କାରଣ ସଠିକ୍ ସମୟରେ ଧାନ ଅମଳ ହୋଇ ପାରୁ ନାହିଁ । ତେଣୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ୩ରୁ ଗଞ୍ଜାମ ଜିଲ୍ଲାରେ ମଣ୍ତିରୁ ଧାନ କିଣାଯିବ । ଯେଉଁଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି ଯାହା ବର୍ତ୍ତମାନ ଚାଷୀଙ୍କ ମୁଣ୍ତ ବିନ୍ଧାର କାରଣ ସାଜିଛି ।












Click it and Unblock the Notifications