ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି: ରାଷ୍ଟ୍ରପତି
ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁକୁତ୍ୱପୂର୍ଣ୍ଣ । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କେତେ ଗୁରୁତ୍ୱ ପୂର୍ଣ୍ଣ ତାହା ସମସ୍ତଙ୍କୁ ଜଣା:ରାଷ୍ଟ୍ରପତି

କଟକ: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରିପତି ଦ୍ରୌପଦୀ ମୁର୍ମୁ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରୀ ନରେନ୍ଦ୍ର ସଂ ତୋମର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରଦାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବ ଏବଂ ମହିଳା ବୈଜ୍ଞାନିକଙ୍କୁ ଦେଖି ବହୁତ ଖୁସି ହେବା ସହ ଉଦବୋଧନ ଦେଇ କହିଛନ୍ତି, ଚାଉଳ ଜୀବନର ଶସ୍ୟ । ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରିଛି । ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁକୁତ୍ୱପୂର୍ଣ୍ଣ । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କେତେ ଗୁରୁତ୍ୱ ପୂର୍ଣ୍ଣ ତାହା ସମସ୍ତଙ୍କୁ ଜଣା । ପ୍ରାକୃତି ବପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି । ' ଏହି ଅବସରରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ ମଧ୍ୟ କରିଥିଲେ ।
ସେହିପରି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, 'କୃଷି ଏବଂ କୃଷକ ଲାଗି ମୋଦୀ ସରକାର ନିରନ୍ତର ଚେଷ୍ଟା ଚଳାଇଛନ୍ତି । ବିଶ୍ୱରେ ଭାରତ ଧାନ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି । ପିଏସ୍ କିସାନ ସମ୍ମାନ ନିଧି ପ୍ରଚଳନ କରି କେନ୍ଦ୍ର ସରକର ଏ ପର୍ଯ୍ୟନ୍ତ ସାଢେ ୧୧ କୋଟି ଟଙ୍କା କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାସ କରିଛନ୍ତି ' ।
ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ ନଜରରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ରୁ ଅଧିକ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି । ସୂଚନାଥାଉ ଯେ, ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ ଏଥିରେ ପ୍ରାୟ ୩୫୦ରୁ ଅଧିକ କୃଷି ବୈଜ୍ଞାନିକ ଯୋଗ ଦେବେ ।












Click it and Unblock the Notifications