ଆଜି ସମ୍ବିଧାନ ଦିବସ: ଭୁବନେଶ୍ୱରରେ ଆୟୋଜନ ହେଲା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Bhubaneswar: ଆଜି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସାରା ଦେଶରେ ଏହି ଦିନକୁ ପାଳନ କରାଯାଏ । ଆଜି ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ପଦଯାତ୍ରାର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ପଦଯାତ୍ରା ଭୁବନେଶ୍ବର ଏଜି ଛକରୁ ବହାରି କ୍ୟାପିଟାଲ ହସ୍ପିଟାଲ ଛକ ଯାଏ ଯାଇଥିଲା। ଏହା କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଯୋଗ ଦେଇଥିଲେ ।

Mohan Charan Majhi

ସୂଚନା ଅନୁସାରେ, ୧୯୪୯ ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା। ୧୯୪୯ ରେ ସ୍ଵାଧିନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିରବଦ୍ଧ ଭାବେ ଆପଣାଇ ଥିଲା । ଏହାର ଦୁଇ ମାସ ପରେ, ୨୬ ଜାନୁୟାରୀ ୧୯୫୦ ରେ ଦେଶବ୍ୟାପୀ ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା । ଏଥର ସମ୍ବିଧାନ ଅତ୍ୟନ୍ତ ଖାସ୍ କାରଣ ଏଥର ଦେଶ ପାଳନ କରିବ ୭୫ ତମ ସମ୍ବିଧାନ ଦିବସ । ଆଜି କେନ୍ଦ୍ର ସରକାର ଏହି ଦିବସକୁ ବେଶ ଉତ୍ସାହର ସହ ପାଳନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+