ମୁଣ୍ଡିଆ ମାରି ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାୟିକା ବର୍ଷା ସିଂ ବରିହା
ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ପାହାଚରେ ମୁଣ୍ଡିଆ ମାରି ବିଧାନସଭା ମଧ୍ୟକୁ ପ୍ରେବଶ କରିଛନ୍ତି ପଦମପୁର ବିଧାୟିକା ବର୍ଷା ସିଂ ବରିହା ।

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ତେବେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ପାହାଚରେ ମୁଣ୍ଡିଆ ମାରି ବିଧାନସଭା ମଧ୍ୟକୁ ପ୍ରେବଶ କରିଛନ୍ତି ପଦମପୁର ବିଧାୟିକା ବର୍ଷା ସିଂ ବରିହା ।
କହିରଖୁ କୁ, ପଦ୍ମପୁର ଉପ-ନିର୍ବାଚନରେ ବିଜୟ ପରେ ପ୍ରଥମ ଥର ପାଇଁ ବର୍ଷା ସିଂ ବରିହା ବିଧାସଭା ଆସିଛନ୍ତି । ପ୍ରଥମଥର ପାଇଁ ବିଧାନସଭା ଆସିବା ନେଇ ବହୁତ ଉତ୍ସାହିତ ଥିବା କହିଛନ୍ତି ବର୍ଷା ସିଂ ବରିହା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଗଣତନ୍ତ୍ରର ମନ୍ଦିରକୁ ଆସିବା ପାଇଁ ମତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି । ଆମ ଅଞ୍ଚଳର ଯାହା ସବୁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ଗୃହରେ ଉପସ୍ଥାପନା କରିବି । ମରୁଡି ଅଞ୍ଚଳରେ ପାଣିର ଯେଉଁ ସମସ୍ୟା ରହିଛି, ତାହା ମୋର ପ୍ରଥମ ମୁଦ୍ଦା ରହିବ । ସେପଟେ ପ୍ରଥମଥର ପାଇଁ ବିଧାନସଭାରେ ପ୍ରବେଶ କରିଛନ୍ତି ଧାମନଗର ବିଧାୟକ ସୁରଜ୍ ସୂର୍ଯ୍ୟବଂଶୀ । ଏହି ଦୁଇ ନୂତନ ବିଧାୟକଙ୍କୁ ସ୍ୱାଗତ କରିଛି ବିଧାନସଭା ।
ଅନ୍ୟପଟେ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରିଛନ୍ତି କଂଗ୍ରେସ ବିଧାୟକ । ସେହିପରି ବିରୋଧୀ ବିଜେପି ମଧ୍ୟ କକ୍ଷତ୍ୟାଗ କରିଛନ୍ତି । ଗୃହ ବାହାରେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ ।












Click it and Unblock the Notifications