ଚୀନରୁ ଭୁବନେଶ୍ବର ଆସିଲା ଅକ୍ସିଜେନ ସିଲିଣ୍ଡର
ଚୀନରୁ ଏକ ସ୍ୱତନ୍ତ୍ର ବିମାନରେ ଅକ୍ସିଜେନ ସିଲିଣ୍ଡର ଭୁବନେଶ୍ୱରରେ ପହଞ୍ଚିଲା । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ।
ଭୁବନେଶ୍ୱର: ଚୀନରୁ ଏକ ସ୍ୱତନ୍ତ୍ର ବିମାନରେ ଅକ୍ସିଜେନ ସିଲିଣ୍ଡର ଭୁବନେଶ୍ୱରରେ ପହଞ୍ଚିଲା । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। କୌଣସି ଆକ୍ରାନ୍ତ ଯେପରି ଅକ୍ସିଜେନ ଅଭାବର ଶିକାର ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଥିବା ସେ କହିଛନ୍ତି ।

ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର ।
ସୂଚନାଯୋଗ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଅମ୍ଳଜାନ ଅଭାବରୁ ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏଥିରୁ ବର୍ତ୍ତିବା ପାଇଁ ସରକାର ନୂଆ ଯୋଜନାମାନ କରୁଛନ୍ତି ।












Click it and Unblock the Notifications