ଅନୁଗୋଳରୁ ହାଇଦ୍ରାବାଦ ଓ ବିଶାଖପାଟଣା ଗଲା ଅକ୍ସିଜେନ୍
ଦୁଇଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡ଼ି ହାଦ୍ରାବାଦ୍ ଆଉ ବିଶାଖାପାଟଣାକୁ ଯାଇଛି
ଅନୁଗୋଳ । ସାରା ଦେଶକୁ ଅକ୍ସିଜେନ୍ ବା ଅମ୍ଲଜାନ୍ ଯୋଗାଉଛି ଓଡ଼ିଶା । ଯେଉଁ ରାଜ୍ୟର ସରକାର ଅକ୍ସିଜେନ୍ ସଙ୍କଟ ଦେଇ ଗତି କରୁଛନ୍ତି ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଏହିପରିପ୍ରେକ୍ଷିରେ ଗତ ଶୁକ୍ରବାର ସୁଦ୍ଧା 6 ରାଜ୍ୟକୁ 250 ଟନ୍ ଅକ୍ସିଜେନ୍ ଓଡ଼ିଶା ପଠାଇ ସାରିଛି । ସ୍ୱତନ୍ତ୍ର ଗ୍ରିନ କରିଡର ଭିତରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଶୁକ୍ରବାର ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅକ୍ସିଜେନ୍ ଟ୍ୟାଙ୍କ୍ ଯାଇଥିବା ବେଳେ ଶନିବାର ପୁଣି ଥରେ ଦୁଇଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡ଼ି ହାଦ୍ରାବାଦ୍ ଆଉ ବିଶାଖାପାଟଣାକୁ ଯାଇଛି । ପାଖାପାଖି ଦୁଇଟି ଗାଡ଼ିରେ 44 ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି । ସ୍ୱତନ୍ତ୍ର ଗ୍ରିନ କରିଡର ଭିତରେ ଏହି ଅକ୍ସିଜେନ୍ ଟ୍ୟାଙ୍କ୍ ଯାଇଛି । ଏହି ଦୁଇଟି ଗାଡି ସକାଳ 8ଟା 30 ମିନିଟରେ ଅନୁଗୋଳ ଜିନ୍ଦଲରୁ ବାହାରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ଗାଡ଼ି 22 ଟନ୍ ଅକ୍ସିଜେନ ନେଇ ବିଶାଖାପାଟଣା ଯାଇଥିଲା ।












Click it and Unblock the Notifications