ବଲାଙ୍ଗିରରେ ଅକ୍ସିଜେନ ବ୍ୟାଙ୍କ ସେବା ଆରମ୍ଭ, ଫୋନ ଦ୍ବାରା ଆଇସୋଲେସନ ବ୍ୟକ୍ତିଙ୍କୁ ମିଳିବ ଅକ୍ସିଜେନ
ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି ଅକ୍ସିଜେନ ବ୍ୟାଙ୍କ ସେବା । ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ୍ ସଂକ୍ରମିତଙ୍କୁ ଘରେ ମିଳିବ ଅକ୍ସିଜେନ୍ ।
ବଲାଙ୍ଗିର: ଜିଲ୍ଲାରେ ଆରମ୍ଭ ହୋଇଛି ଅକ୍ସିଜେନ ବ୍ୟାଙ୍କ ସେବା । ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ୍ ସଂକ୍ରମିତଙ୍କୁ ଘରେ ମିଳିବ ଅକ୍ସିଜେନ୍ । ବଲାଙ୍ଗିରର ବିଙ୍ଗ୍ ହ୍ୟୁମନ୍ ଫାଉଣ୍ଡେସନ ଓ ମୁମ୍ବାଇର ଜୁହାର ପରିବାର ମିଳିତ ସହଯୋଗରେ ଅକ୍ସିଜେନ୍ ବ୍ୟାଙ୍କ ସେବା ଆରମ୍ଭ ହୋଇଛି । ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ସଂକ୍ରମିତଙ୍କୁ ଆବଶ୍ୟକ ବେଳେ ଅକ୍ସିଜେନ୍ ମିଳିବ ।

ଶ୍ରମିକ ମଙ୍ଗଳ ଭବନ ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହାକୁ ଉଦଘାଟନ କରିଛନ୍ତି । ମହାମାରୀ କରୋନା ସଂକ୍ରମଣ ସମୟରେ ଅକ୍ସିଜେନ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏଭଳି ସମୟରେ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନର ଏଭଳି ମହତ ପ୍ରୟାସକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।
ଅକ୍ସିଜେନ୍ ଲାଗି ତିନୋଟି ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ଯୋଗାଯୋଗ କଲେ ତୁରନ୍ତ ଅକ୍ସିଜେନ୍ ଘରେ ପହଞ୍ଚାଇ ଦିଆଯିବ ବୋଲି ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି ।












Click it and Unblock the Notifications