ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ OWSSB ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଥିଲା।

OWSSB Project Manager

କଟକ, ଭୁବନେଶ୍ବର ଓ ଜଟଣୀରେ ଚଢାଉ କରାଯାଇଥିଲା । ଚଢ଼ଉରେ ଶ୍ରୀ ସାହୁଙ୍କ କୋଠା, ପ୍ଲଟ, ଦୋକାନ ଘର, ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଦେବାଶିଷଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ଆଧାରରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିଲା। ଭୁବନେଶ୍ବର ସ୍ପେଶାଲ ଜଜ୍ (ଭିଜିଲାନ୍ସ) ଅଦାଲତଙ୍କ ଅନୁମତିକ୍ରମେ ଆଇଗିଣିଆସ୍ଥିତ ତାଙ୍କ ବାସଭବନ ସମେତ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ସକାଳୁ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଜଟଣୀ କଲେଜ ରୋଡ଼ରେ ଗୋଟିଏ ୨ ମହଲା କୋଠା, ଜଟଣୀ ସର୍ଦାର ପଟେଲ ରୋଡ଼ରେ ଏକ ୨ ମହଲା କୋଠା, ଆଉ ଏକ ନିର୍ମାଣାଧୀନ ୩ ମହଲା କୋଠା, ଜଟଣୀ ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ୨ଟି ଦୋକାନ ଘର, ଭୁବନେଶ୍ବର ଓ ଜଟଣୀରେ ୨ଟି ମୂଲ୍ୟବାନ ପ୍ଲଟ, ନଗଦ ୧ ଲକ୍ଷ ୫୭ ହଜାର ୨୦ ଟଙ୍କା, ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର, ୫୬ ଲକ୍ଷ ୧୯ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୩ଟି ମୋଟରସାଇକଲ ଓ ୧୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ର ଠାବ କରାଯାଇଛି। ୭ଜଣ ଡିଏସପି, ୯ ପୁଲିସ ନିରୀକ୍ଷକ ଓ ୧୦ ଉପ ନିରୀକ୍ଷକ ପ୍ରମୁଖ ଏହି ଚଢ଼ଉରେ ଅଂଶଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+