ସୀମା ଡେଇଁ ଭୋଜି ଖାଇବାକୁ ଯାଇଥିଲା ବୋଲି : ସଙ୍ଗରୋଧରେ ରହିଲା କୁକୁର
ଲକଡାଉନ ସମୟରେ ଓଡ଼ିଶା ସୀମା ଦେଇ ଆନ୍ଧ୍ରପ୍ରଦେଶ ଯାଇଥିବାରୁ ଉଭୟ କୁକୁର ଓ ମାଲିକକୁ ସଙ୍ଗରୋଧରେ ରହିବାକୁ ପଡିଛି
ରାୟଗଡ଼ା : କରୋନାର ଦ୍ୱିତୀୟ ଲହରକୁ ବ୍ରେକ୍ ଦେବା ପାଇଁ ରାଜ୍ୟ ସରକାର ଏବେ ଲକଡାଉନ୍ ଓ ସପ୍ତାହାନ୍ତ ସଟଡାଉନ୍ ଜାରି କରିଛନ୍ତି । ଏହି ସମୟରେ ଟୀକାକରଣ ପ୍ରକ୍ରିୟାକୁ ଯୋରଦାର୍ କରାଯାଉଥିବା ବେଳେ ସାଧାରଣଲୋକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି । ଏପରି ସ୍ଥିତିରେ ରାୟଗଡ଼ାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି । ଲକଡାଉନ ସମୟରେ ଓଡ଼ିଶା ସୀମା ଦେଇ ଆନ୍ଧ୍ରପ୍ରଦେଶ ଯାଇଥିବାରୁ ଉଭୟ କୁକୁର ଓ ମାଲିକକୁ ସଙ୍ଗରୋଧରେ ରହିବାକୁ ପଡିଛି । ସବୁଠାରୁ ବଡକଥା ହେଲା କୁକୁରକୁ ପ୍ରଶାସନ ପକ୍ଷରୁ ଏକ ସ୍କୁଲ ଘରେ 14 ଦିନିଆ ସଙ୍ଗରୋଧରେ ରଖାଯାଇଛି ।
କ'ଣ ରହିଛି ପୁରା ଘଟଣା ?
ରାୟଗଡ଼ା ଜିଲ୍ଲା କୋତପେଟା ଗ୍ରାମର ଜି.ଗୌରିଶଙ୍କର ନାମକ ଜଣେ ଯୁବକ ଏକ ବିବାହ ଉତ୍ସବରେ ଯୋଦ ଦେବାକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁମକୁ ଯାଇଥିଲେ । ତାଲାବନ୍ଦ ସମୟରେ ଭୋଜି ଖାଇ ଫେରିବା ସମୟରେ ସାଙ୍ଗରେ ସହ ସୀମାନ୍ତ କେରଡାରେ ତନଖି ଫାଟକରେ ତାଙ୍କୁ ଅଟକାଯାଇଥିଲା ।

ଆନ୍ଧ୍ରପ୍ରଦେଶର ଭୂତାଣୁକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଚତୁର୍ଦ୍ଦିଗ ସୀମା ବନ୍ଦ କରିଥିଲା ବେଳେ ଆନ୍ଧ୍ର ପଟୁ ଆସୁନଥିବା ସମସ୍ତ ପ୍ରବାସୀଙ୍କୁ ଅଟକ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା । ଯାହାକୁ ନେଇ ଗୌରିଶଙ୍କରଙ୍କୁ ସେଠାରେ ଅଟକାଯାଇଥିଲା । ତେବେ ନିଜକୁ ସଙ୍ଗରୋଧରେ ରଖି କୁକୁରକୁ ଛାଡି ଦେବା ପାଇଁ ଗୌରିଶଙ୍କର ଯେତେ ଅନୁରୋଧ କରିଥିଲେ ବୋଲି ତନଖି ଫାଟକର କର୍ମଚାରୀମାନେ ଛାଡି ନଥିଲେ । ଏପରିକି କୁକୁର ଓ ତାର ମାଲିକର ପରିବାର ଲୋକ ସୀମା ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ କୁକୁରକୁ ନିକଟସ୍ଥ ବିଲେସୁ ବିଦ୍ୟାଳୟର ଏକ କୋଠରୀରେ ଛଡାଯାଇଥିଲା । ଦୀର୍ଘ 14 ଦିନ ସେଠାରେ ରଖାଯାଇଥିବା ବେଳେ ଚିକେନ୍ ସହ ମାଛ ତରକାରୀ ଖାଇବାକୁ ଦିଆଯାଇଥିଲା । ସୀମାନ୍ତର ଗଳାବାଟ ଦେଇ ଅମାନିଆ ରାଜ୍ୟକୁ ଆସୁଥିବା ବେଳେ କୁକୁରକୁ ସଙ୍ଗରୋଧରେ ରଖିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।












Click it and Unblock the Notifications