ପୁଣି କେନ୍ଦ୍ରପଡା ଯିବେ ସାରଥି!ମିଳିଲା ଅନୁମତି
ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।କେନ୍ଦ୍ରାପଡା ଜିଲ୍ଲାର ବାରିମୂଳକୁ ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିବେ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ସର୍ତ୍ତମୂଳକ ଅନୁମତି ମିଳିଛି । ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି। ଆଶ୍ରମ ଯାଇପାରିବେନି, ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି ସର୍ତ୍ତ ରହିଛି।
ଅନ୍ୟପଟେ ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର ରହିଛି। ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ବି ସର୍ତ୍ତ ରହିଥିଲା । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କରିଛନ୍ତି ହାଇକୋର୍ଟ । କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହରୁ ଊର୍ଦ୍ଧ୍ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ରହିଥିଲା ।

ସୂଚନାଯୋଗ୍ୟ, ସାରଥି ବାବା, ଜଣେ ଆତ୍ମଘୋଷିତ ଧର୍ମଗୁରୁ, ଓଡ଼ିଶାର କେନ୍ଦ୍ରାପଡ଼ାରେ ଥିବା ତାଙ୍କ ବାରିମୂଳ ଆଶ୍ରମକୁ ନେଇ ଏକ ବିବାଦରେ ଫସି ଯାଇଥିଲେ। ଯୌନ ଶୋଷଣ, ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ନେଇ କେନ୍ଦ୍ରାପଡ଼ାରେ ବ୍ୟାପକ ଉତ୍ତେଜନା ଏବଂ ବିରୋଧ ସୃଷ୍ଟି ହୋଇଥିଲା। ଯାହା ଫଳରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲେ।












Click it and Unblock the Notifications