ମଝି ଚିଲିକାରେ ଫସିଲା ଡଙ୍ଗା, ଭୟରେ ୫୦ ଯାତ୍ରୀ
ଚିଲିକା ମଝିରେ ଆଜି ଏକ ଯାତ୍ରୀବାହୀ ଡଙ୍ଗାଟି ଫଶି ରହିଥିବା ଘଟଣା ସାମ୍ନାକୁ ଆସିଛି । ଡଙ୍ଗାଟିରେ ୫୦ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି କାରଣରୁ ଡଙ୍ଗାଟି ବହୁ ସମୟ ଧରି ଅଟକି ରହିଥିଲା । ପରେ ଦୁଇଟି ସ୍ଥାନୀୟ ମତ୍ସ୍ୟ ଜିବି ଡଙ୍ଗା ଘଟଣା ସ୍ଥଳରେ ପହଞ୍ଚି ଫସିଥିବା ଯାତ୍ରୀବାହୀ ଡଙ୍ଗା ଟିକୁ ବାଉଁଶ ଓ ରସି ସାହାଯ୍ୟରେ ସାତପଡ଼ା ଘାଟକୁ ଟାଣି ଟାଣି ଆଣୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧିନ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଏକ ଯାତ୍ରୀବାହୀ ଡଙ୍ଗା ବାହାରିଥିଲା। ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ଓ ୨୦ଟି ବାଇକ୍ ରଖାଯାଇଥିଲା। ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା। ସେହି ସମୟରେ ଡ଼ଙ୍ଗାଟି ମଝି ଚିଲିକାର ମହିଷାଗାଁ ତଳିରେ ଫସି ରହିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଚିଲିକା ମଝିରେ ଯାତ୍ରୀମାନେ ଫସି ରହିଥିଲା। ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ଧାର ପାଇଁ ଉଦ୍ୟମ କରୁଛି।












Click it and Unblock the Notifications