ବଢୁଛି ବୁଲା କୁକୁରଙ୍କ ସଂଖ୍ୟା, ଦ୍ବିତାୟ ସର୍ବାଧିକ ତାଲିକାରେ ଓଡ଼ିଶା
ଦେଶର ପ୍ରଥମ ସର୍ବାଧିକ ବୁଲା କୁକୁର ରହିଛନ୍ତି ଉତ୍ତରପ୍ରଦେଶରେ । ଆଉ ଓଡିଶା ରହିଛି ଦ୍ବିତୀୟ ସ୍ଥାନରେ ।
ଭୁବନେଶ୍ୱର: ଦେଶରେ ବଢିବାରେ ଲାଗିଛି ବୁଲା କୁକୁରଙ୍କ ସଂଖ୍ୟା । ଯେଉଁଠି ଦେଖିବେ ବୁଲା କୁକୁର ମେଳ ମେଳ ହୋଇ ବୁଲୁଛନ୍ତି। ତେବେ ଦେଶର ପ୍ରଥମ ସର୍ବାଧିକ ବୁଲା କୁକୁର ରହିଛନ୍ତି ଉତ୍ତରପ୍ରଦେଶରେ । ଆଉ ଓଡିଶା ରହିଛି ଦ୍ବିତୀୟ ସ୍ଥାନରେ । ଏଭଳି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।

2019 ମସିହା ପଶୁ ଗଣନା ଅନୁସାରେ, ଓଡ଼ିଶାରେ 17 ଲକ୍ଷ 34 ହଜାର ଅଛନ୍ତି ବୁଲା କୁକୁର। ଓଡ଼ିଶାରେ 2012ରେ 8 ଲକ୍ଷ 62 ହଜାର ବୁଲା କୁକୁର ଥିବା ବେଳେ 2019ରେ ଏହା ଦ୍ୱିଗୁଣିତ ହୋଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ପଦକ୍ଷେପ ନିଆଯାଇଛି। ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ 2 କୋଟିରୁ ଅଧିକ ଖର୍ଚ୍ଚ କରୁଛନ୍ତି। କିନ୍ତୁ କୁକୁର ସଂଖ୍ୟା ବୃଦ୍ଧିରେ କିଛି ବି ପ୍ରଭାବ ପଡୁନାହିଁ ।
ସେହିପରି ଫିସରିସ୍ ଆଣ୍ଡ ଆନିମଲ୍ ରିସର୍ଚ୍ଚ ଡେଭଲମେଣ୍ଟ ଡିପାର୍ଟମେଣ୍ଟ-FARD ବି ଏନେଇ ପ୍ରତିକ୍ରିୟା ରଖିଛି। ସମ୍ବଳ ଅଭାବ ଯୋଗୁ ଆବଶ୍ୟକ ମୁତାବକ କୁକୁର ବନ୍ଧ୍ୟାକରଣ ଦେଶରେ ହୋଇପାରୁନି ବୋଲି FARD ପକ୍ଷରୁ କୁହାଯାଇଛି।
ରାଜ୍ୟଭିତ୍ତିକ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶର ତୃତୀୟ ସର୍ବାଧିକ ରାଜ୍ୟା । ଯେଉଁଠାରେ 12,763,99 ବୁଲା କୁକୁର ଅଛନ୍ତି । ଏହାପରେ ରାଜସ୍ଥାନରେ 12,755,96 ଏବଂ କର୍ଣ୍ଣାଟକରେ 11,411, 73 ବୁଲା କୁକୁର ଅଛନ୍ତି। ପଶ୍ଚିମବଙ୍ଗରେ 10 ଲକ୍ଷରୁ ଅଧିକ ବୁଲା କୁକୁର ଜନସଂଖ୍ୟା ରହିଛି।












Click it and Unblock the Notifications