ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍,ପ୍ରବାସୀମାନେ ଆସିବା ଦରକାର ନାହିଁ

ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ପ୍ରବାସୀମାନେ ଆସିବା ଦରକାର ନାହିଁ, ଯିଏ ଯେଉଁଠାରେ ଅଛନ୍ତି ସେଠାରେ E-KYC କରିପାରିବେ, ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍‌ ଦେଇପାରିବେ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼ ସୂଚନା ଦେଇଛନ୍ତି, ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍‌ ଦେଇପାରିବେ।

ration card

ମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୬-୧୭ରୁ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଶନକାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଆଧାର କରି ୧୬,୨୭,୯୨୦ ଜଣଙ୍କ ନାଁକୁ ହଟାଇ ଦେଇଛନ୍ତି। ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇ ନାହାନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି। ରାଜ୍ୟ ସରକାର ନିକଟରେ ରାଶନକାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କେଓ୍ବାଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+