ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ପୁଣି ହେବ ସର୍ଭେ

ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଦ୍ୱିତୀୟ କିସ୍ତି । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ଵିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡ କୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରେଇଛନ୍ତି । ସେଇ କାରଣରୁ ୧ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି । କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି । ୫ ଏକର ଜମି ନଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି।

ଏ ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି । ସେ କାରଣରୁ ୧ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି । ରକ୍ଷାବନ୍ଧନ ସମୟରେ ଯେଉଁମାନେ ତାଙ୍କ ଭିତରୁ ଯୋଗ୍ୟ ହେବେ ସେହି ସମୟର ତାଙ୍କ କିସ୍ତି ତାଙ୍କୁ ମିଳିବ। ଆସନ୍ତା ମାର୍ଚ୍ଚ ୩୧ଯାଏଁ ସୁଭଦ୍ରା ର ଆବେଦନ ଅବଧି ରହିଛି । ୨୧ ବର୍ଷ ଯାହାକୁ ହେଇଯିବ ସେମାନେ ଆବେଦନ କରିପାରିବେ । ଯେଉଁମାନେ ବଞ୍ଚିତ ରହିଛନ୍ତି ୩୧ ପରେ ୱାନ ଟୁ ୱାନ ସର୍ଭେ ହେବ କଣ କାରଣ ରହିଚି ଓ ସମସ୍ୟାର ସମାଧାନ ହେବ ।

subhadra yojana

ଯେଉଁ ଯୋଗ୍ୟ ହିତାଧିକାରୀ 'ସୁଭଦ୍ରା' ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ମିଳିସାରିଛି । ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ, ଆଉ ପରେ ଆବେଦନ କରିଥିଲେ, କିମ୍ବା ଯୋଗ୍ୟ ହୋଇ ମଧ୍ୟ ବଡ ପଡ଼ିଥିଲେ, ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ 'ସୁଭଦ୍ରା' ଯୋଜନାରୁ ବଞ୍ଚିତ ଅଛନ୍ତି, ସର୍ଭେ ପରେ ସେମାନେ ଏକାଥରେ ରାକ୍ଷୀପୂର୍ଣ୍ଣିମା ମିଳିବାକୁ ଥିବା ତୃତୀୟ କିସ୍ତିରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+