ଓଟିପି ସେୟାରିଂ ମାମଲା:ଭୁବନେଶ୍ୱରରେ NIA, ATS
ଭୁବନେଶ୍ୱର:ଓଟିପି ସେୟାରିଂ ମାମଲାରେ NIA ଓ ATS ଟିମର ଖୋଳତାଡ଼ । ଅଭୁଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେଲକୁ ୩ ଦିନିଆ ରିମାଣ୍ତରେ ନେଇ ଜେରା କରିବେ ଦୁଇ ଟିମ୍ । ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ୍ ଥିବା ନେଇ ଜେରା କରାଯିବ ।

ତେବେ ଦୁଇ ଦିନ ତଳେ ଅଭିଯୁକ୍ତକୁ ପୁଣେରୁ ଗିରଫ କରାଯାଇଥିଲା । ଲିଙ୍କ୍ ଓ ଓଟିପି ଶେଆରିଂ ଘଟଣାର ଖୋଳତାଡ କରିବା ପରେ ଅଭିଜିତ ସଞ୍ଜୟର ପାକିସ୍ତାନ ଲିଙ୍କ୍ ସାନ୍ନାକୁ ଆସିଥିଲା । ଯାହା ପରେ ଜୋର ଧରିଥିଲା ଯାଞ୍ଚ ପ୍ରକ୍ରିୟା । ଏହି ଘଟଣାର ଅଧିକ ତଦନ୍ତ ପାଇଁ NIA ଓ ମୁମ୍ବାଇ ATS ଟିମ୍ ଭୁବନେଶ୍ୱର ପହଞ୍ଚିଥିଲା ।
ଅଭିଯୁକ୍ତକୁ ପୁଣେରୁ ଗିରଫ କରିବା ପରେ ଭୁବନେଶ୍ୱରକୁ ଅଣାଯିବା ପରେ ତାକୁ ୪ ଦିନିଆ ରିମାଣ୍ତରେ ପଠାଇ ଦିଆଯାଇଛି । ଆଜି ଉଭୟ NIA ଓ ATS ଟିମ୍ ଏକାଠି ଅଭିଯୁକ୍ତକୁ ଜେରା କରିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ଅଭିଯୁକ୍ତ ଅଭିଜିତ ପୁଣେର ସତାରା ଜିଲ୍ଲାରେ ରହି ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲା । ଏଥିସହ ସେ ଆମେରିକାର ୱେବସାଇଟ୍ ଜରିଆରେ ଟଙ୍କାର ରୋଜଗାର କରି ଭାରତରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଟଙ୍କା ଦେଇ ସାହାଯ୍ୟ କରୁଥିଲା । ତେବେ ୨୦୧୮ ମସିହାରୁ ତାର ପାକିସ୍ତାନ ଲିଙ୍କ୍ ରହିଥିବା ନେଇ ସୂଚନା ରହିଛି ।












Click it and Unblock the Notifications