Get Updates
Get notified of breaking news, exclusive insights, and must-see stories!

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା; ଆଜିଠୁ ୨ଦିନିଆ ରିମାଣ୍ଡରେ ଜିତେନ ଓ ବିଜୟ

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିବ ଅଧିକ ତଥ୍ୟ। ସୋମବାର ଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସେମାନଙ୍କୁ ଜେରା କରାଯିବ। ଏହି ପ୍ରଶ୍ନପତ୍ର ପ୍ରଘଟରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି, କେତେ ଟଙ୍କାର କାରବାର ହୋଇଛି ଏବଂ ପ୍ରଘଟର ଚେର କେତେ ବାଟ ଲମ୍ବିଛି , ସେ ସବୁ ବିଷୟରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ।

ଏହି ଦୁଇ ଅଭିଯୁକ୍ତଙ୍କ ପରେ ନିଲମ୍ବିତ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କ୍ରାଇମ୍‌ବ୍ରାଞ୍ଚ ପ୍ରସ୍ତୁତି କରିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସ୍କାନରରେ ରହିଛନ୍ତି। ତାଙ୍କୁ ମଧ୍ୟ ୪ ଥର ଜେରା ସରିଛି। ପ୍ରଶ୍ନପତ୍ର ପ୍ରଘଟ ହେବା ଏକ ପ୍ରକାର ଦାୟିତ୍ବରେ ଅବହେଳା ହୋଇଥିବାବେଳେ ତାଙ୍କ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ଶ୍ରୀକାନ୍ତଙ୍କ ଉପରେ କାହାର ଛତ୍ରଛାୟା ରହିଛି, କାହିଁକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଉନାହିଁ ସେଥିନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

OTET question paper leak case

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି। କିଏ କେତେ ସମ୍ପତ୍ତି ରଖିଛି ଏବଂ କାହାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହାକୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବାବେଳେ ସବୁ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଦିନକ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଦିଲୀସ୍ଥିତ କେନ୍ଦ୍ର ସରକାରଙ୍କ ଫାଇନାନ୍ସିଆଲ ଇନଭେଷ୍ଟିଗେସନ ୟୁନିଟକୁ ଚିଠି ଲେଖାଯାଇଥିବାବେଳେ ଏବେ ଜିତନକୁ ଅଧିକ ସମୟ ଜେରା କରିବାକୁ ଯୋଜନା ରହିଛି। କାରଣ ବୋର୍ଡର ନିଲମ୍ବିତ ଉପସଭାପତି ନିହାର କେବଳ ଜିତନଙ୍କ ସହ ହଁି ସିଧାସଳଖ ଏହି କାରବାର କରୁଥିଲେ। ତାଙ୍କର ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ସିଧାସଳଖ ଯୋଗାଯୋଗ ନଥିଲା। ବୋର୍ଡର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ଥିବା ଶିକ୍ଷକଙ୍କ ମଧ୍ୟରେ ଜିତନ ମୁଖ୍ୟ ଯୋଗସୂତ୍ରକାରୀ ଥିଲା। ତେଣୁ ଉଭୟ ପକ୍ଷ ଅର୍ଥାତ ବୋର୍ଡର ଆଉ କେଉଁ ଅଧିକାରୀ ସମ୍ପୃକ୍ତ ରହିଛନ୍ତି ଏବଂ ଜିତନ୍‌ଙ୍କ ପରେ କଳାହାଣ୍ଡିର ବେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଲମ୍ବିତ ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀ ଓ ଅଭିଯୁକ୍ତ ବିଜୟ ଠାରୁ ଆଉ କେଉଁମାନଙ୍କୁ ପ୍ରଶ୍ନପତ୍ର ପଠାଯାଇଛି ତାହାର ସମସ୍ତ ତଥ୍ୟ ବାହାରକୁ ଆସିପାରିବ। ବିଜୟ ମଧ୍ୟ ଏହି କାରବାରରେ ପ୍ରମୁଖ ଭୂମିକା ନେଇଥିବାରୁ ତାଙ୍କୁ ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିଜୟ ସବୁ ଜିଲାରୁ ଶିକ୍ଷକଙ୍କ ଠାରୁ ଅର୍ଥ ଆଦାୟ କରୁଥିଲା।
ସେହି ଅର୍ଥକୁ ସେ ଜିତନଙ୍କ ମାଧ୍ୟମରେ ବୋର୍ଡର ବରିଷ୍ଠ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଉଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଥିବା ଚର୍ଚ୍ଚା ହେଉଛି। ତେଣୁ ଜିତନ ଏବଂ ବିଜୟଙ୍କ ରିମାଣ୍ଡ ପରେ ଉଭୟ ଆର୍ଥିକ କାରବାର ଏବଂ ପ୍ରଶ୍ନପତ୍ର ଆଉ କେଉଁ ଜିଲାକୁ ପ୍ରଘଟ ହୋଇଛି ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୦ରେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପ୍ରାୟ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ;କିନ୍ତୁ ୧୯ ତାରିଖ ରାତିରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+