OTET ପ୍ରଶ୍ନପତ୍ର ଲିକ୍ ମାମଲା, ବୋର୍ଡ ଉପସଭାପତି ଗିରଫ

ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଂଚ ଜାଲରେ ପଡ଼ିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ କ୍ରାଇମବ୍ରାଞ୍ଚ ସ୍କାନରରେ ଥିବା ବେଳେ ଆଜି ତାଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ।ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହେଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରିଥିଲା। ଏହି ସମୟରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚରାଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୬ଜଣଙ୍କୁ ଗିରଫ କରି ସାରିଛି ।

OTET question paper leak case

ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମୁଦାୟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଆଜି ବୋର୍ଡ ଉପସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ।

ନିହାରଙ୍କ ଲାପଟପରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ତେବେ କିପରି ତାହା ଲିକ୍ ହୋଇଥିଲା, ସେଥିରେ ନିହାରଙ୍କ ସମ୍ପୃକ୍ତି ନେଇ ଆରମ୍ଭ ହୋଇଥିଲା ତନାଘନା। କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସ୍କାନରକୁ ଆସିଯାଇଥିଲେ ନିହାର। କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର ଏଷ୍ଟାବ୍ଲିସମେଂଟ ଅଫିସର ବୁଲବୁଲ ବେହେରାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଂଚ ତଦନ୍ତ କରିଥିଲା । ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବାନେଇ ପ୍ରଥମେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ୧୯ତାରିଖ ରାତି ୧୦ଟା ୪୫ମିନିଟରେ ଦେଖିବା ପରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । କ୍ରାଇମବ୍ରାଂଚ ତଦନ୍ତ ପରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଅନୈତିକ ଭାବେ ବିଏସ୍‌ଇର ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ ।ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+