OTET କେଳେଙ୍କାରୀର ଖୋଲିଲା ଗୁମର,
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଖୋଲିଛି ବଡ଼ ଗୁମର । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କର ଆଜି ସରୁଛି ରିମାଣ୍ଡ ଅବଧି । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ କୋର୍ଟରେ ହାଜର କରିବା ପରେ ଚୌଦ୍ଵାର ମଣ୍ଡଳ କାରାଗାର ପଠାଇବ କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନିଆ ରିମାଣ୍ଡରେ ଉଭୟଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମ୍ ବ୍ରାଞ୍ଚ । କେବଳ ଚଳିତ ବର୍ଷର ସ୍ବତନ୍ତ୍ର ଓଟିଇଟି ନୁହେଁ, ପୂର୍ବରୁ ମଧ୍ୟ ପ୍ରଶ୍ନପତ୍ର ଲିକ୍ କରି ମୋଟା ଅଙ୍କର ଆର୍ଥିକ କାରବାର ହୋଇ ଥିବାର ସନ୍ଦେହ କରୁଛି ତଦନ୍ତକାରୀ ଟିମ୍। ଏହି ମାମଲାର ଅଭିଯୁକ୍ତ ଜିତେନ ମହାରଣା ଓ ବିଜୟ ମିଶ୍ର ଗୋଟି ଗୋଟି କରି ସବୁ ସତ ମାନିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ ସୂଚନା ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ବିଜୟ ମିଶ୍ରଙ୍କ ଭାଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାରେ ପଚରାଉଚୁରା ଜାରି ରଖିଛି ।
କେମିତି ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରଘଟ ହେବ ନାହିଁ, ସେନେଇ ଅଭିଯୁକ୍ତମାନେ ରଚିଥିବା ମାୟାଜାଲର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । କିପରି ଲିକ୍ ମାମଲା ଜଣା ପଡିବ ନାହିଁ, ସେଥିପାଇଁ ଅଭିଯୁକ୍ତମାନେ ହାତରେ ପ୍ରଶ୍ନ ଲେଖିଥିବା ମଧ୍ୟ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ବିଜୟ ମିଶ୍ରଙ୍କ ଡ୍ରାଇଭରଙ୍କୁ ମଧ୍ୟ ଏହି ମାମାଲାରେ ଘନ ଘନ ପ୍ରଶ୍ନ ପଚାରୁଛି କ୍ରାଇମବ୍ରାଞ୍ଚ ।

ପ୍ରଶ୍ନପତ୍ରକୁ ପ୍ରଥମେ ଡ୍ରାଇଭରଙ୍କ ସହାୟତାରେ କଟକରୁ ନୟାଗଡ ନିଆଯାଇଥିଲା । ସେଠାରେ ବିଜୟ ମିଶ୍ରଙ୍କ ଭାଇଙ୍କୁ ଏହା ଦିଆଯାଇଥିଲା । ସତ ଲୁଚାଇବା ପାଇଁ ପେନଡ୍ରାଇଭ ଓ ହର୍ଡକପିକୁ ବନ୍ଦ ଏଲଭଲପ ମଧ୍ୟରେ ରଖାଯାଇଥିଲା ବୋଲି କହିଛି କ୍ରାଇମବ୍ରାଞ୍ଚ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications