୩୦ ମିନିଟ ଘୁଞ୍ଚିଲା OTET ପରୀକ୍ଷା ସମୟ
ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ବର୍ତ୍ତମାନ ଏହି ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ଯାଏଁ ଅନୁଷ୍ଠିତ ହେବ। ତେବେ ପେପର-୧ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ; ଏହା ସକାଳ ୯ଟାରୁ ୧୧.୩୦ ଯାଏଁ ହେବ। ଉଭୟ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅଧିକ ସମୟ ମିଳିବ।
ଏହି ପରୀକ୍ଷା ପାଇଁ ରାଜ୍ୟର ୪୫୨ଟି କେନ୍ଦ୍ରରେ ମୋଟ୍ ୧,୬୦,୩୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି, ଯେଉଁଥିରୁ ପେପର-୧ ପାଇଁ ୪୭,୭୨୦ ଏବଂ ପେପର-୨ ପାଇଁ ୧,୧୨,୬୫୯ ଜଣ ପ୍ରାର୍ଥୀ ଅଛନ୍ତି। ଏଥିପାଇଁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ୩୦ଟି ଜିଲାକୁ ୪୦ଟି ଭିନ୍ନ ଭିନ୍ନ ମାର୍ଗରେ ପ୍ରଶ୍ନପତ୍ର ଏବଂ OMR ସିଟ୍ ପଠାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି।












Click it and Unblock the Notifications