ମାଲକାନଗିରିରେ ଓଟିଇଟି ଉତ୍ତର ସିଟ୍ ଭାଇରାଲ !
ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତର ସିଟ୍ ଭାଇରଲ ହେଉଛି । ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ୩ଟି ସେଣ୍ଟରରେ ଚାଲିଛି ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ହେଉଛି ।
ମାଲକାନଗିରି: ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତର ସିଟ୍ ଭାଇରଲ ହେଉଛି । ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ୩ଟି ସେଣ୍ଟରରେ ଚାଲିଛି ପରୀକ୍ଷା । ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍ ଭାଇରାଲ ହେଉଛି ।

ମାଲକାନଗିରି ଜିଲ୍ଲାରେ ୩ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ସେଣ୍ଟରରେ ମୋଟ୍ ୮୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ପରୀକ୍ଷା ପୂର୍ବରୁ ସମସ୍ତ ପ୍ରଶ୍ନର ୬ ସେଟ୍ ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡିଛି । ତେବେ ଭାଇରାଲ୍ ଉତ୍ତର ସିଟ୍ର ସତ୍ୟତା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ । ଏଥିପାଇଁ ଶିକ୍ଷକମାନେ ୫ ହଜାର ଟଙ୍କା ଦେଇଥିବା ନେଇ ଚର୍ଚ୍ଚା ହେଉଛି ।
ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା କହିଛନ୍ତି, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ । ଘଟଣା ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।












Click it and Unblock the Notifications