ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା OTET-୨୦୨୫ ଆବେଦନ ଅବଧି
OTET-୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା, ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ିବା ସୂଚନା, ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଜାରି, BSE ଓଡ଼ିଶା ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା ୨୦୨୫ ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖକୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

"ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ," ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।












Click it and Unblock the Notifications