RI, ARI, ଅମିନ, ICDS, SFS ପରୀକ୍ଷା ବାତିଲ୍ କଲେ OSSSC, ନୂଆ ବିଜ୍ଞପ୍ତି ପ୍ରକାଶ ପରେ .....

ବହୁ ବାଦବିବାଦ ପରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଡିଶା ସବ୍- ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ) ରାଜସ୍ୱ ନିରୀକ୍ଷକ, ଉପ ରାଜସ୍ୱ ନିରୀକ୍ଷକ, ଅମିନ, ସମନ୍ୱିତ ଶିଶୁ ବିକାଶ ସେବା ଓ ସର୍ବେକ୍ଷଣ ସଂଖ୍ୟାବିତ୍ତୀୟ କ୍ଷେତ୍ରୀୟ ସର୍ଭେୟର୍ ପରୀକ୍ଷା ରଦ୍ଦ କରିଛନ୍ତି। ବୁଧବାର ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ମହାଧିବକ୍ତା (ଆଡ଼ଭୋକେଟ ଜେନେରାଲ) ପିତାମ୍ବର ଆଚାର୍ଯ୍ୟ ହାଇକୋର୍ଟଙ୍କୁ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍‌ ପରୀକ୍ଷା ବି ବାତିଲ୍ କରାଯାଇଛି। ଏହା ପରେ ୧୪ ଦିନ ଭିତରେ ପୁନଃ ପରୀକ୍ଷା ପାଇଁ କମିଶନ ବିଜ୍ଞପ୍ତି ପ୍ରକାଶ କରିବେ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଆଉ ସାନି ଆବେଦନ କରିବାକୁ ପଡ଼ିବନି। ସମସ୍ତଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ।

OSSSC

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ ଓଏସ୍‌ଏସ୍‌ଏସ୍‌ସି ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ପ୍ରିଲିମ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍‌ ଘୋଷଣା କରି ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ ଓଏସ୍‌ଏସ୍‌ଏସ୍‌ସିର ବିଜ୍ଞପ୍ତି ଅନୁସାରେ, ମେନ୍‌ ପରୀକ୍ଷା ପାଇଁ ଖାଲି ପଦବିର ୫ ଗୁଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟକରାଯିବାର ନିୟମ ଥିଲା। ଏହି ନିୟମର ଉଲ୍ଲଂଘନ ହେତୁ କିଛି ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ।

ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଏଜି ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଓଏସ୍‌ଏସ୍‌ଏସ୍‌ସି ପୂର୍ବ ପରୀକ୍ଷା ବାତିଲ କରି ନୂଆ ସାନି ପ୍ରିଲିମ୍‌ ପରୀକ୍ଷା ଆୟୋଜନ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+