୬ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ପ୍ରକାଶ ପାଇଲା ବଜ୍ଞପ୍ତି
ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (LTR) ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ LTR ଶିକ୍ଷକ ନିଯୁକ୍ତି ପାଇବେ।

ମୋଟ ୬୦୨୫ ପଦବୀ ପୂରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ କେଉଁ ତାରିଖରେ ଆବେଦନ କରାଯିବ ସେ ସମ୍ପର୍କିତ କୌଣସି ସୂଚନା ମିଳି ନଥିଲା ବେଳେ ଖୁବଶୀଘ୍ର ଆବେଦନ ପାଇଁ ତାରିଖ ଆସିପାରେ। ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟ ossc.gov.in ରେ ପୋଷ୍ଟିଂ କୁ ନେଇ ଅଧିକ ତଥ୍ୟ ଦେଖିପାରିବେ ।












Click it and Unblock the Notifications