OSSC Question Paper Leak: ଗିରଫ ହେଲା ମାଷ୍ଟରମାଇଣ୍ଡ
OSSC Question Paper Leak: OSSC ଜେଇ ସିଭିଲ୍ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ବିହାରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରି ସାରିଛି ବାଲେଶ୍ୱର ପୋଲିସ । ଓଡ଼ିଶାରୁ ୪ ଜଣ ଗିରଫ ହୋଇଥିବା ବେଳେ ବିହାରରୁ ୩ ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ବର୍ତ୍ତମାନ ମୋଟ୍ ୧୬ ଜଣ ଗିରଫ ହୋଇ ସାରିଲେଣି ।

ସୂଚନାଥାଉ ଯେ, ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ 10 ରୁ 16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍ ଚେକ୍ ହାତେଇବା ପରେ ଆରମ୍ଭ କରୁଥିଲେ ଠକିବା ।
ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ । ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍ମେଲିଂ କରିବା ସହ ଲୁଟୁଥିଲେ ।
ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରୁଥିଲେ ଏହି ଦଲାଲ । ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ ଓଏସଏସସିର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି ଏସପି ।












Click it and Unblock the Notifications