ଘାଟାରେ ଛାଲିଛି OSRTC: ଗତ ୨ ବର୍ଷ ମଧ୍ୟରେ ୪୫ କୋଟି ଟଙ୍କାର କ୍ଷତି ହୋଇଛି
OSRTC News: ଘାଟାରେ ଛାଲିଛି OSRTC । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏବେ କ୍ଷତିରେ ଚାଲିଛି । ଗତ ୨ ବର୍ଷ ମଧ୍ୟରେ ୪୫ କୋଟି ଟଙ୍କାର କ୍ଷତି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଶରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କାର କ୍ଷତି ହୋଇଛି ।

ପୂର୍ବ ବର୍ଷ ତୁଳନାରେ ଆୟ ବଢିଥିବା ବେଳେ ବ୍ୟୟର ପରିମାଣ ଅଧିକ ରହିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କାର ଆୟ ହୋଇଥିବା ବେଳେ ୧୬୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ରହିଛି ୧୮୩ କୋଟି ୬ ଲକ୍ଷ ଟଙ୍କା ।












Click it and Unblock the Notifications