Get Updates
Get notified of breaking news, exclusive insights, and must-see stories!

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଚମ୍ପଟ ମାରିଥିବା OSRTC ଡ୍ରାଇଭର ଗିରଫ

ଭୁବନେଶ୍ୱର: ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଚମ୍ପଟ ମାରିଥିବା OSRTC ଡ୍ରାଇଭର ଗିରଫ । ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ ।

ମିଳିଥିବା ସୂଚନାନୁସାରେ, ଦିଗପହଣ୍ଡିରେ ଘଟିଥିବା ଛାତିଥରା ଦୁର୍ଘଟଣା ପରେ ଚମ୍ପଟ ମାରିଥିଲେ ଓଏସ୍‌ଆରଟି ବସ୍‌ ଡ୍ରାଇଭର । ଲୋକମାନେ ଚିତ୍କାର କରୁଥିବା ବେଳେ ଡ୍ରାଇଭର ଅନ୍ୟ ଏକ ବସ୍‌ରେ ଭୁବନେଶ୍ୱର ପଳାଇ ଆସିଥିଲେ । ଏ ସମ୍ପର୍କରେ ଖବର ପାଇ ଭରତପୁର ଥାନା ପୋଲିସ୍‌ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ସମ୍ପୃକ୍ତ ଓଏସଆରଟି ବସ୍‌ ଡ୍ରାଇଭରକୁ ଧରିଥିଲା ।

Digapahandi Bus Accident

ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ପୋଲିସ୍‌ ତାକୁ ଧରି ଜେରା କରୁଛି । କେଉଁ ପରିସ୍ଥିତି ବସ୍‌ ଦୁର୍ଘଟଣା ଘଟିଲା ? କାହାର ଭୁଲ ? ଦୁର୍ଘଟଣା ପରେ କାହିଁକି ଚମ୍ପଟ ମାରିଲେ ? ଏମିତି ଅନେକ ପ୍ରଶ୍ନ ତାଙ୍କୁ ଗୋଡ଼ାଇ ତୋଡ଼ାଇ ପଚାରିଥିବା ଜଣାପଡ଼ିଛି। ରବିବାର ବିଳମ୍ୱିତ ରାତିରେ ବିବାହ ଭୋଜିରୁ ଫେରୁଥିବା ଏକ ବସ୍‌ ଓ ଓଏସଆରଟିସି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନାଥାଉ କି, ବ୍ରହ୍ମପୁର ବ୍ରହ୍ମାନଗରରେ କନ୍ୟାକୁ ଛାଡ଼ି ବାହାଘର ଭୋଜି ଖାଇ ମିନି ବସରେ ହସ ଖୁସିରେ ଘରକୁ ଫେରୁଥିଲେ । ସାମ୍ନା ପଟୁ ଦ୍ରୁତ ଗତିରେ ଆସି ଏକ ଓଏସଆରଟିସି ବସ୍ ମିନି ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବି ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ କଟକ ମେଡିକାଲ ନେବା ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା ।

୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି । ଆହତ ହୋଇଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମୃତ ବ୍ୟକ୍ତିମାନେ ହେଲେ- ରୂପାଲି ପ୍ରଧାନ, ତ୍ରିପତି ପ୍ରଧାନ(୬୦), ସୁଜ୍ଞାନ ପ୍ରଧାନ(୨୫), ଦେବାଂଶୁ ପ୍ରଧାନ(୨), ଶ୍ରୀମଣୀ ପ୍ରଧାନ, ଅଦ୍ୱିକ୍‌ ପ୍ରଧାନ(୧), ସଞ୍ଜୟ କୁମାର(୫୨), ସଙ୍ଗୀତା ଡାକୁଆ(୨୫), ରମେଶ ପ୍ରଧାନ(୬୦), ସୀତାରାମ ପ୍ରଧାନ(୬୨) ଓ ଶିବାନୀ ପ୍ରଧାନ। ଏହାଛଡ଼ା ଅନେକ ବ୍ରହ୍ମପୁର ଏମ୍‌କେସିଜି ଓ ଦିଗପହଣ୍ଡି ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+