ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ OSRTC ସିଏଓ

ଓଏସ୍‌ଆର୍‌ଟିସିର ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ) ବିଜୟ ମଙ୍ଗରାଜ ଶନିବାର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ତାଙ୍କୁ ଗିରଫ କରିଛି। ବିଜୟଙ୍କର ଖାଲି ଓଡ଼ିଶାରେ ନୁହେଁ କେରଳରେ ମଧ୍ୟ ଘର ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି।

OSRTC CEO

କେରଳର ଏର୍ନାକୁଲମ୍‌ରେ ତାଙ୍କର ୨ ମହଲା ବିଶିଷ୍ଟ କୋଠା ରହିଛି। ସେହିପରି ଭୁବନେଶ୍ୱରରେ ୨ଟି କୋଠା ଓ ୨ଟି ପ୍ଲଟ୍‌ ଥିବା ବେଳେ ତାଙ୍କଠାରୁ ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା ଜବତ ହୋଇଛି। ସେହିପରି ୫୦୦ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ସିଏଓଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା। ଫ୍ଲାଟ୍‌ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍‌, ନନ୍ଦନକାନନ ରୋଡ୍‌, ନନ୍ଦନବିହାର, ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୯୧୮ରେ ଏକ ଦୁଇ ମହଲା କୋଠା, ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍‌ ନଂ-୮୯୨ରେ ଦୁଇ ମହଲା କୋଠା, ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ, ଭୁବନେଶ୍ୱରର ଓଏସ୍‌ଆର୍‌ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ, ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା, କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍‌ଆଇଡିଏଲ୍‌, ୬ ମହଲା, ଇଡ୍‌କୋ ଟାଓ୍ବାର- ଜନପଥ ଭୁବନେଶ୍ୱରରେ ଏହି ଚଢ଼ାଉ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+