ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍
ମହାକୁମ୍ଭକୁ ଓଡ଼ିଶାରୁ ଗଡିଲା ଓଏସଆରଟିସିର ସ୍ୱତନ୍ତ୍ର ବସ୍ । ଫେବ୍ରୁଆରୀ ୫ରୁ ବସ୍ ସେବା ଆରମ୍ଭ ହୋଇଥିବା OSRTCର ସୂଚନା।

ସୂଚନାନୁଯାୟୀ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିଲେ । ଦଳାଚକଟାରେ ୯୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ସେଥି ପାଇଁ ମହାକୁମ୍ଭକୁ ଓଡ଼ିଶାରୁ ଓଏସଆରଟିସିର ସ୍ୱତନ୍ତ୍ର ବସ୍ ସେବା ବନ୍ଦ କରାଯାଇଥିଲା ।
ସେହିପରି ଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରାସ୍ତ ପାଇଥିଲେ। ସେମାନଙ୍କ ପାଇଁ ଏକ ହେଲ୍ପ-ଲାଇନ୍ ନମ୍ବର ଜାରି କରାଯାଇଥିଲା। ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ୍ ସମ୍ପର୍କିତ ସୂଚନା ଦେଇ ବୁକିଂ ରାଶି ଫେରସ୍ତ ପାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ (ଜାନୁଆରୀ) ୧୨ ତାରିଖରେ ଏହି ବସ ସେବା ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ପୁଣିଥରେ ଆରମ୍ଭ ହୋଇଛି ଓଏସ୍ଆର୍ଟିସି ବସ୍।












Click it and Unblock the Notifications