ଦିଗପହଣ୍ଡି ବସ୍ ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ, ଆଖି ଲାଗି ଯିବାରୁ ହୋଇଥିଲା ମର୍ମନ୍ତୁଦ

ଦିଗପହଣ୍ଡି: ଦିଗପହଣ୍ଡି ବସ୍ ଦୁର୍ଘଟଣା ପାଇଁ OSRTC ବସ୍ ଡ୍ରାଇଭର ହିଁ ଦାୟୀ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ । ସେ କହିଛନ୍ତି ସରକାରୀ ବସର ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଦୁର୍ଘଟଣା ଘଟିଛି ।

ଏସ୍‌ପି କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍‌ ଡ୍ରାଇଭର ମଦ ପିଇଥିଲେ କି ନାହିଁ, ତାହା ପରୀକ୍ଷା କରାଯାଇଥିଲା । ଫଳାଫଳ ନେଗେଟିଭ ଆସିଛି। ସରକାରୀ ବସର ଡ୍ରାଇଭରର ଦ୍ରୁତ ଗତିରେ ଗାଡ଼ି ଚଲାଇବା ସହିତ ତାଙ୍କ ଆଖି ପଡ଼ିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବେପରୁଆ ଗାଡ଼ି ଚାଳନା ପାଇଁ ତାଙ୍କୁ ୩୦୪ (ଅବହେଳା) ଦଫାରେ ଗିରଫ କରାଯାଇଛି। ଏସପି ଆହୁରି କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ମାଲିକ ତଦନ୍ତରେ ସହଯୋଗ କରୁନାହାନ୍ତି। ତାଙ୍କୁ ନୋଟିସ ପଠାଇବୁ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

Dahakpandi Bus Accident

ଗିରଫ ସରକାରୀ ବସ୍ ଡ୍ରାଇଭରଙ୍କ ନାଁ ମାନସ ପ୍ରଧାନ। ସେ ଦୁର୍ଘଟଣା ପରେ ଭୁବନେଶ୍ୱର ପଳାଇ ଯାଇଥିଲେ । ସେ ବି ଆହତ ହୋଇଛନ୍ତି । ତେବେ ଗତକାଲି ତାଙ୍କୁ ଦିଗପହଣ୍ଡି ନେଇ ଅଟକ ରଖାଯାଇଥିବା ବେଳେ ଆଜି ଗିରଫ କରାଯାଇଛି ।

ଏପଟେ ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଚେତିଛି ପରିବହନ ବିଭାଗର ଚେତା । ସେପ୍ଟେମ୍ବର ମାସରୁ ଅଟୋ ଓ ବାଇକ୍ ବ୍ୟତୀତ ସବୁ ଗାଡ଼ିରେ ଲାଗିବ ଭିଏଲ୍ଟିସି ବ୍ୟବସ୍ଥା । ପାସେଞ୍ଜରଙ୍କ ପାଇଁ ଗାଡ଼ିରେ ପାନିକ୍ ବଟନ୍ ବ୍ୟବସ୍ଥା ମଧ୍ୟ ରହିବ । ଜାତୀୟ ପରମିଟ୍ ଥିବା ମାଲବାହୀ ଗାଡ଼ିରେ ମଧ୍ୟ ଲାଗିବ ଭିଏଲଟିସି ବା ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ଫଳରେ ଗାଡ଼ିର ପରମିଟ୍, ସ୍ପିଡ୍, ଯାତ୍ରୀଙ୍କ ସଂଖ୍ୟା, ଗାଡ଼ିର ଫିଟନେସ୍, ଗାଡ଼ିର ଲୋକେସନ୍ ଭଳି ତଥ୍ୟ କଂଟ୍ରୋଲ୍ ରୁମରୁ ଜଣାପଡ଼ିବ ।

କୌଣସି ଦୁର୍ଘଟଣା ଘଟିଲେ ପରିବହନ ବିଭାଗ ଯେଉଁ ଭଳି ତତ୍ପରତା ଦେଖାଉଛି, ଯଦି ପୂର୍ବରୁ ଏଭଳି ତତ୍ପରତା ଦେଖାଉଥାନ୍ତା, ହୁଏତ ଦିଗପହଣ୍ଡି ଭଳି ଘଟଣା ରୋକିବାରେ ସମ୍ଭବ ହେଉଥାନ୍ତା । କାରଣ, ଏବେ ବି ପ୍ରାୟ ୩ ହାଜର ଅନ୍ଫିଟ୍ ବସ୍ ରାସ୍ତାରେ ଚାଲୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+