ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ:ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ଏବେବି ଦ୍ଵନ୍ଦ ଜାରି ରହିଛି। ଓଡ଼ିଶା ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି। ରାଜ୍ୟ ସରକାର ଦେଇଥିବା ଦୁଇଟି ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ସେନେଇ ଭିନ୍ନଭିନ୍ନ ତଥ୍ୟ ରହିଛି। ତେଣୁ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶା ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ୨୦୨୪ ଜାନୁଆରୀ ୨୯ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ୨୦୨୪ ଏପ୍ରିଲ ୪ ସତ୍ୟପାଠରେ ସାର୍ବଜନୀନ କରିବାକୁ ସରକାର ରାଜି ବୋଲି କୁହାଯାଇଛି ।

ratna bhandar

ଅନ୍ୟପଟେ ଆଜି କୋର୍ଟରେ ଶୁଣାଣୀ ବେଳେ ଆବେଦନକାରୀ ଦିଲ୍ଲୀପ ବରାଳ ପକ୍ଷ ରଖିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ ସରକାର ନୀରବ ରହିଛନ୍ତି । ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଇନଜୀବୀ ଦିଲୀପ ବରାଳ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+