ବଢିଲା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଡୁଆ: ଆଗୁଆ ଜାମିନ ହେଲା ଖାରଜ
Odisha News: ବଢିଲା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କର ଅଡୁଆ । ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଏବଂ ତହସିଲଦାରଙ୍କୁ ଧମକ ଦେବା ମାମଲାରେ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ତେବେ ଗୋଟିଏ ମାମଲାକୁ ଖାରଜ କରାଯାଇଥିବା ବେଳେ ଅନ୍ୟଟିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହା ମାମଲାରେ ଶୁଣାଣି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ତପୀଠ କରିଥିଲେ । ସେ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସେହିପରି କ୍ଷେତରାଜପୁର ଥାନା ମମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଛନ୍ତି । ନିମ୍ନ ଅଦାଲତର ଆତ୍ମସମର୍ପଣ କରି ନୟମିତ ଜାମିନ ଆବେଦନ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉ ଯେ, ଚଳିତ ମାସ ଫେବୃଆରି ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ ବେଳେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଜୟନାରାୟଣ ମିଶ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ଯାହା ପରେ ବିଧାୟକଙ୍କ ନାଁରେ ବିଭିନ୍ନ ମାମଲା ରୁଜୁ କରାଯାଇଥିଲା ।












Click it and Unblock the Notifications