ଆରମ୍ଭ ହେଲା ନବ ନିର୍ବାଚିତଙ୍କ ପ୍ରଶିକ୍ଷଣ ଶିବିର: ବିଜେଡି, କଂଗ୍ରେସର ବୟକଟ୍
Odisha News: ଆରମ୍ଭ ହେଲା ନବ ନିର୍ବାଚିତଙ୍କ ପ୍ରଶିକ୍ଷଣ ଶିବିର । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ତେବେ ଏହି ସମୟରେ ଗୃହ ର କାର୍ଯ୍ୟ ଓ ନିୟମ ବିଷୟରେ ବୁଝାଇବେ ବରିଷ୍ଠ ବିଧାୟକ ଏବଂ ନେତା । ଏହି ପ୍ରଶିକ୍ଷଣ ଶିବିର ଦୁଇ ଦିନ ଜାରି ରହିବ । ହେଲେ ପ୍ରଥମ ଦିନରେ ହିଁ ବିବାଦ ସୃଷ୍ଟି ହୋଇଛି । ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ । ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ବର୍ତ୍ତମାନ କେବଳ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଚାଲିବା ନେଇ ସୂଚନା ରହିଛି ।













Click it and Unblock the Notifications