ହାଇକୋର୍ଟରେ ORHDC ଦୁର୍ନୀତି ମାମଲାର ଶୁଣାଣି ଶେଷ: ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ

ହାଇକୋର୍ଟରେ ORHDC ଦୁର୍ନୀତି ମାମଲାର ଶୁଣାଣି ଶେଷ ହୋଇଛି । ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ହୋଇଛି । ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍ । ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ।

ସେହିପରି ଭିଜିଲାନ୍ସ କୋର୍ଟ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ ମୋକିମ । ଏପରିକି ସେ ଜାଣିଶୁଣି କିଛି କାଟାଗୋରି ଛାଡ଼ି ଯାଇଥିଲେ । ନାମାଙ୍କନ ପତ୍ରରେ ଏସମ୍ପର୍କୀତ ତଥ୍ୟ ଲୁଚାଇଥିବାରୁ ତାହା RTI ଆକ୍ଟକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ ।

ନିର୍ବାଚନ ସତ୍ୟପାଠରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଥିଲେ ଦେବାଶିଷ । ଯାହାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ ହାଇକୋର୍ଟ । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।

Mohammed Moquim

ଗତ ୫ ବର୍ଷ ଧରି ମୋକିମ କଟକ-ବାରବାଟୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଏବେ ତାହା ଅସିଦ୍ଧ ହୋଇ ଯାଇଛି। ଫଳରେ ବର୍ତ୍ତମାନ ମୋକିମ ବିଧାୟକ କିମ୍ବା ପୂର୍ବତନ ବିଧାୟକ ବୋଲି ସମ୍ବୋଧିତ ହୋଇ ପାରିବେନି ।

ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା କଂଗ୍ରେସ। ମାତ୍ର ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ ଅଣ୍ଟା ଭିଡ଼ି ଉଭୟଙ୍କ ଉପରୁ ଗତ ଜାନୁୟାରୀ ମାସରେ ନିଲମ୍ବନ ଆଦେଶ ଉଠାଇ ନେଇଥିଲା ଦଳ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+