ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଙ୍ଗଠନ କର୍ମଶାଳା
Odisha News: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସଙ୍ଗଠନ କର୍ମଶାଳା । ଦଳର ସଙ୍ଗଠନ ମଜବୁତ କରିବା ଦିଗରେ କର୍ମଶାଳାରେ ଆଲୋଚନା ହେବ । ବୈଠକରେ ଦଳର ରାଜ୍ୟ ପ୍ରଭାରୀ ସହ ପ୍ରଭାରୀ ଉପସ୍ଥିତ ରହିବେ । ତେବେ ପ୍ରଧାନମନ୍ତ୍ରୀ ଦେଇଥିବା ଗୁରୁମନ୍ତ୍ରକୁ କିପରି ଗ୍ରାଉଣ୍ତକୁ ନିଆଯିବ ସେ ନେଇ ପ୍ରସ୍ତୁତ ହେବ ବ୍ଲୁ ରୋଡ୍ ମ୍ୟାପ୍ ।
ସୂଚନା ଅନୁସାରେ, ସଙ୍ଗଠନ କର୍ମଶାଳା ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ସମେତ ସମସ୍ତ ମୋର୍ଚ୍ଚାର ମୁଖ୍ୟ ଏବଂ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ । ସେହିପରି ଜିଲ୍ଲା ସ୍ତର ପଦାଧିକାରୀ ମାନେ ମଧ୍ୟ ଏହି କର୍ମଶାଳାରେ ଉପସ୍ଥିତ ରହିବ ।

ଗତକାଲି ମୋଦି କହିଥିଲେ, ଆମେ ଓଡିଶାକୁ ଦେଶ ନୁହେଁ ବିଶ୍ଵର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ଆମ ଓଡିଶା ସ୍ୱଚ୍ଛ ହେଉ ସୁନ୍ଦର ହେଉ ଏଠାକାର ସଂସ୍କୃତି ସହ ଲୋକେ ପରିଚିତ ହୁଅନ୍ତୁ । ଆମେ ଆଉ ଆପଣ ମିଶି ଓଡିଶା ଗୌରବକୁ ଆଗେଇ ନେବା । ଓଡିଶାରେ ଡବଲ ଇଞ୍ଜିନର ସରକାର ହେବା ପରେ ଏଠାରେ ସବୁ କ୍ଷେତ୍ରରେ ବିକାଶର ଗତି ବଢିବାରେ ଲାଗିଛି । ଖେଳ, ଶିକ୍ଷା, ପର୍ଯ୍ୟଟନରେ ରାଜ୍ୟ ଆଗେଇ ଚାଲିଛି ।












Click it and Unblock the Notifications