୨୪ ଘଣ୍ଟା ଯାଏ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Orange alerts continue for 7 districts for 24 hours୨୪ ଘଣ୍ଟା ଯାଏ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର:ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ଜନିତ ବର୍ଷା ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କରାଯାଇଛି । କୋରାପୁଟ, ମାଲାକାନଗିରି,କନ୍ଧମାଳ, ବରଗଡ, ନବରଙ୍ଗପୁର, ନୂଆପଡା,ରାୟଗଡାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା
ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ପ୍ରାୟ ୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ।

ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ବଙ୍ଗୋସାଗରରେ ଘର୍ଣ୍ଣିବଳୟ ପ୍ରଭାବରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ।ଆଭ୍ୟନ୍ତରୀଣ ଓ ଉପକୂଳର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ୨୪ ଘଣ୍ଟା ଯାଏ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।
ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା ।ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହା ମଧ୍ୟରେ ଆଉ ଏକ ଆଉ ଏକ
ଲଘୁଚାପ ସୃଷ୍ଟି ହୋଇଥିବା ନେଇ ସୂଚନା ଦିଆଯାଇଛି । ଏହି ଲଘୁଚାପ କ।ରଣରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ବାବନ ରହିଛି ।ଏହାସହ ରାଜ୍ୟରେ ଦକ୍ଷିଣ ପଶ୍ଚିମ
ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି ।












Click it and Unblock the Notifications