ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅତ୍ୟାଧୁନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଡେଟ୍ ) ଟେକ ଟାୱାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର । ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି ।
୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ଗ୍ରାହକ ଥିଲେ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ସେହିଭଳି ଗ୍ରୀଡ୍ ସଂଖ୍ୟା ୮୦ରୁ ୧୯୪କ ବୃଦ୍ଧି ହୋଇଛି । ଟ୍ରାସଫରମେସନ କ୍ଷମତା ୬,୧୨୫ MVA ରୁ ୨୫,୮୦୦ MVAକୁ ବୃଦ୍ଧ ହୋଇଛି । ଟ୍ରାନ୍ସମିସନ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ ୧୬,୩୦୦ ସର୍କିଟ କିମିକୁ ବୃଦ୍ଧି ପାଇଛି । ଓପିଟିସିଏଲ୍ ବିଦ୍ୟୁତ୍ ପରିବହନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ ଓଡିଶାବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବାରେ ନିୟୋଜିତ ଏବଂ ବିଦ୍ୟୁତ୍ କ୍ଷେତ୍ରର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଜ୍ୟର ଟ୍ରାନ୍ସମିସନ୍ ଭିତ୍ତିଭୂମିରେ OPTCL ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜା ବିହାରୀ ଧଳ, ଓପିଟିସିଏଲ ସିଏମଡି ସଞ୍ଜୟ କୁମାର ମିଶ୍ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।












Click it and Unblock the Notifications