OPSC Exam:ଏସଡିଆଇପିଆରଓ ପ୍ରଶ୍ନପତ୍ରରେ ତ୍ରୁଟି; ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ
ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ପଦର ଲିଖିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି।
ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପ୍ରଶ୍ନପତ୍ରରେ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଛି, ଯାହାକୁ ନେଇ ପରୀକ୍ଷାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି ।
ପରୀକ୍ଷାର୍ଥୀମାନେ ଶେଷ ସିଫ୍ଟରେ ହେଉଥିବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ। ପାର୍ଟ-୧ରେ ୫ଟି ପ୍ରଶ୍ନ ଥିଲା, ଯେଉଁଥି ପାଇଁ ନମ୍ବର ପିଛା ୧୨ ମାର୍କ ଲେଖାଏଁ ରହିଛି। ୬ ଓ ୭ ନମ୍ବର ପ୍ରଶ୍ନର ମୂଲ୍ୟ ୮ ମାର୍କ ଲେଖାଏଁ ଥିବା ବେଳେ ୮, ୯ ଏବଂ ୧୦ ନମ୍ବର ପ୍ରଶ୍ନପାଇଁ ୬ ମାର୍କ ଲେଖାଏଁ ରହିଛି। ମୋଟାମୋଟି ଭାବେ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା। ଏହା ପୂର୍ଣ୍ଣ ୧୦୦ ମାର୍କ ଠାରୁ ୬ ମାର୍କ କମ୍।

ପ୍ରଶ୍ନପତ୍ରରେ ୯୪ ମାର୍କ ଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ତ୍ରୁଟି? କେମିତି ହେଲା ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଓଆଇଏସ୍ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଓପିଏସ୍ସି କହିଛି, ଏହା ମୁଦ୍ରଣଜନିତ ତ୍ରୁଟି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବିରେ ନିଯୁକ୍ତି ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବି ପାଇଁ ୨୦୨୫ ମାର୍ଚ୍ଚ ୨୯ ଓ ୩୦ (ଶନିବାର ଓ ରବିବାର) କଟକ ସହରର ୨ଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ୨୯ ତାରିଖରେ ୨ଟି ସିଫ୍ଟରେ ଯଥାକ୍ରମେ ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ୩୦ ତାରିଖରେ ପ୍ରଥମ ସିଫ୍ଟରେ ଜେନେରାଲ ଆୱାରନେସ୍ (ସାଧାରଣଜ୍ଞାନ) ଓ ଦ୍ବିତୀୟ ସିଫ୍ଟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଷୟର ପରୀକ୍ଷା ହୋଇଥିଲା।












Click it and Unblock the Notifications